ପଂଚାୟତ ସମ୍ମିଳନୀ କକ୍ଷ ଉଦ୍ଘାଟନ

ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ୍): ୍ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଧିନୁଆପଲ୍ଲି ପଂଚାୟତର ନବନିର୍ମିତ ସମ୍ମିଳନୀ କକ୍ଷ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର‌୍ୟ୍ୟମଣି ବୈଦ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି ଜ୍ଝ ଏହି ଉପଲକ୍ଷେ ଆୟୋଜିତ ସରପଞ୍ଚ ବାସୁଦେବ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବିଧାୟିକା ଶ୍ରୀମତୀ ବୈଦ୍ୟ ଓ ଗଂଜାମ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସୋନମ ପଲେଇ , ଖଲ୍ଲିକୋଟ ବ୍ଲକ ଅଧକ୍ଷା ଶ୍ରୀମତୀ ମିନାକ୍ଷୀ ସାହୁ , ଉପଧାକ୍ଷ ଏ.ପ୍ରକାଶ ପାତ୍ର ଓ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଣ୍ଟିଆ ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଦଳେଇ ଓ ଖଲ୍ଲିକୋଟ ବିଡିଓ ନବକୃଷ୍ଣ ଜେନା ଓ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଶା ର ମୁଖ୍ୟମନ୍ତ୍ରୀ ପାଞ୍ଚଟି ମାଧ୍ୟମରେ ବିକାଶ କୁ ଆଗେଇ ନେବା ପାଇଁ ଲୋକମାନଙ୍କର ସହଯୋଗ କାମନା କରିଥିଲେ ଜ୍ଝ ସଭାରେ ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଜ୍ଝ ଅନ୍ୟମାନଙ୍କ ମଧ୍ୟରେ ରାମ ମୋହନ ପଣ୍ଡା ସ୍ୱାଗତ ଭାଷଣ ଦେଇଥିବାବେଳେ ବରିଷ୍ଠ ବିଜେଡି ନେତା କିଶୋର ପଲେଇ , ଯୁବନେତା ଦୈତାରୀ ବେହେରା , ନିରଞ୍ଜନ ନାୟକ , ଦିଲ୍ଲୀପ କୁମାର ଜେନା , ପ୍ରସନ୍ନ ଆଚାର‌୍ୟ୍ୟ, ଚକ୍ରପାଣି ରାଉତ, ପ୍ରମୁଖ ଅଂଶଗ୍ରହଣ କରିଥିଲେ ଜ୍ଝ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ