ପଂଚାୟତ ହାଇସ୍କୁଲ ପୁରୁଷୋତ୍ତମପୁରର ଅବସରକାଳୀନ ସମ୍ବର୍ଦ୍ଧନାସଭା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ହାଇସ୍କୁଲରେ ଅଣଶିକ୍ଷାକର୍ମଚାରୀ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟ ଓଷ୍ଠାର ବରିଷ୍ଠ ଶିକ୍ଷକ ନେତା ପ୍ରଣବ କୁମାର ଜେନା, ନିକିରାଇ ମହାବୀର ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପାର୍ଥସାରଥୀ ବେହେରା, ପୂର୍ବତନ ଶିକ୍ଷକ ବିଷ୍ଣୁ ଚରଣ ବିଶ୍ୱାଳ, ସ୍କୁଲର ପ୍ରତିଷ୍ଠାତା ସଦସ୍ୟ ଗୋଲଖ ଚନ୍ଦ୍ର ପାଳ, ଅଜୟ କୁମାର ମହାନ୍ତି, ଦାମୋଦର ସାହୁ ଓ ଜିଲ୍ଲା ଶିକ୍ଷା ବିଭାଗର ବରିଷ୍ଠ କର୍ମଚାରୀ ରାଜକିଶୋର ଲେଙ୍କା ପ୍ରମୁଖ ଯୋଗଦେଇ ସ୍କୁଲର ଅଣଶିକ୍ଷା କର୍ମଚାରୀ ଶ୍ରୀ ମହାନ୍ତିଙ୍କର ସ୍କୁଲ ପ୍ରତି ଅବଦାନ,ନିଷ୍ଠା ଓ କତ୍ତବ୍ୟ ପରାୟଣତା ସମ୍ପର୍କରେ ଆଲୋକପାତ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଶ୍ରୀ ମହାନ୍ତିଙ୍କୁ ସ୍କୁଲ ପକ୍ଷରୁ ଅତିଥିମାନେ ପୁଷ୍ପଗୁଛ, ଉତ୍ତରୀୟ, ଶାଲ, ଛତା, ଡ୍ରେସ ଓ ନଗଦ ୧୦ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସହକାରୀ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ସୁରେନ୍ଦ୍ର ନାଥ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପ୍ରମୋଦ ମହାପାତ୍ର, ବନଦୁଲାଲ ପାହାଡି, ତୁଷାରକାନ୍ତ ନାୟକ, ସାକ୍ୟସିଂହ ରାଉତ, ସୁରେଶ ଚନ୍ଦ୍ର ସ୍ୱାଇଁ, ମଥୁରୀ ଜେନା, ବସନ୍ତ ସାହୁ, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶ୍ରୀ ମହାନ୍ତିଙ୍କ କାର୍ଯ୍ୟକାଳ ସମ୍ପର୍କରେ ଅବତାରଣା ପୂର୍ବକ ତାଙ୍କର ଅବସରକାଳୀନ ଜୀବନ ସୁଖ ଓ ଶାନ୍ତିରେ ଅତିବାହିତ ହେଉ ବୋଲି ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ