ପଇଡ଼ ପାଣିର ଉପକାରିତା

ପଇଡ଼ ପାଣି ପିଇବା ଦ୍ୱାର କେବଳ ପେଟ ଥଣ୍ଡା ରହେ ବୋଲି କେତେକଙ୍କ ଭ୍ରମଧାରଣା ରହିଛି । ପଇଡ଼ ପାଣିରେ ଅନେକ ଔଷଧୀୟ ଗୁଣ ରହିଛି ଯାହା ଶରୀରକୁ ଶକ୍ତି ଯୋଗାଇବା ସହ ରୋଗ ପ୍ରତିରୋଧକ ଭାବେ ମଧ୍ୟ କାର୍ଯ୍ୟ କରିଥାଏ । ଏଥିରେ ପ୍ରଚୁର ପରିମାଣର ନ୍ୟୁଟ୍ରିଏଣ୍ଟ, ମିନେରାଲ୍ ଭରି ରହିଥାଏ ।

ଆସନ୍ତୁ ଜାଣିବା ପଇଡ଼ ପାଣିର ଉପକାରିତା…
ମୁଣ୍ଡ ବୁଲାଇ ହେଉଥିଲେ ପଇଡ଼ ପାଣି ପିଅନ୍ତୁ । ତୁରନ୍ତ ମୁଣ୍ଡ ବୁଲେଇ ହେବା ବନ୍ଦ ହୋଇଯିବ । ପଇଡ଼ ପିଇବା ଦ୍ୱାରା ଡାଇବେଟିସ୍ ନିୟନ୍ତ୍ରଣରେ ରହେ । କିଡ୍ନୀ ଷ୍ଟୋନ୍ ହୋଇଥିଲେ ପ୍ରଚୁର ପରିମାଣରେ ପଇଡ଼ ପାଣି ପିଅନ୍ତୁ । କିଡ୍ନୀ ରୋଗୀଙ୍କ ପାଇଁ ଏହା ଅମୋଘ ଔଷଧ ଭଳି କାର୍ଯ୍ୟ କରେ । ହୃଦ୍ଜନିତ ସମସ୍ୟା ଥିଲେ ପଇଡ଼ ପିଇବା ଦ୍ୱାରା ଧୀରେ ଧୀରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇଥାଏ । ଫଳରେ ହୃତ୍ସ୍ପନ୍ଦନ ଠିକ୍ଭାବେ ହୁଏ । ଉଚ୍ଚ ରକ୍ତଚାପ ବା ନିମ୍ନ ରକ୍ତଚାପ ଥିଲେ ପଇଡ଼ ପିଇବା ଦ୍ୱାରା ତାହା ନିୟନ୍ତ୍ରଣରେ ରହିଥାଏ । ବାନ୍ତି ହେଉଥିଲେ ପଇଡ଼ ପିଅନ୍ତୁ । ଫଳରେ ପେଟ ଥଣ୍ଡା ରହିବା ସହ ବାନ୍ତିରୁ ମଧ୍ୟ ମୁକ୍ତି ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ