ପକାରୀ ଗ୍ରାମର ବିଭିନ୍ନ ସମସ୍ୟା ନେଇ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲାର ଜାଗ୍ରତ କନ୍ଧମାଳ ଓଡିଶାର ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତରେ ପକାରୀ ଗ୍ରାମର ବିଭିନ୍ନ ସମସ୍ୟା କୁ ନେଇ ଏକ ୮ ଦଫା ସମ୍ମିଳିତ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ଏଥିରେ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ପକାରୀ ଗ୍ରାମ ଏକ ପାହାଡ ଉପାନ୍ତ ଗ୍ରାମ । ଏହି ଗ୍ରାମରେ ଅନୁସୂଚିତ ଜାତି ୨୦୦ ରୁ ଉର୍ଦ୍ଧ୍ୱ ଏବଂ ଅନୁସୂଚିତ ଜନଜାତି ୨୦୦ ରୁ ଉର୍ଦ୍ଧ ପରିବାର ଦୀର୍ଘ ବର୍ଷ ହେଲା ବସବାସ କରିଅଛନ୍ତି l ଶହ ଶହ ବର୍ଷ ଧରି ଦୁଇ ଗୋଟି ବର୍ଗ ଚଳି ଆସୁଛନ୍ତି ।କିନ୍ତୁ ସରକାରଙ୍କ ବିଭିନ୍ନ ଯୋଜନା ଠିକ ରୂପେ କାର୍ଯ୍ୟକାରୀ କରାଯାଇ ପାରୁନାହିଁ l ଯାହାକି ଜନସାଧାରଣଙ୍କ ଜୀବନ ଶୈଳୀ, ଜୀବନ ଜୀବିକା, ଯାତାୟାତ, ଶିକ୍ଷା, ଚିକିତ୍ସା କ୍ଷେତ୍ରରେ ବାଧାପ୍ରାପ୍ତ ହେଉଅଛି । ଏଣୁ ତାର ସମାଧାନ କରାଯିବାକୁ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ,ଓଡିଶା ଲିଖିତ ଆକାରରେ ନିବେଦନ କରାଯାଇଛି । ଦାବି ଗୁଡିକ ଯଥା ପକାରୀ ଗ୍ରାମ ଠାରୁ ଜାକେଶ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନିମନ୍ତେ ଟେଣ୍ଡର ନେଇଥିବା ଠିକା ସଂସ୍ଥା ଅଧା ନିର୍ମାଣ କରି ବର୍ଷ ବର୍ଷ ଧରି ପକେଇ ରଖୁଛି, ଯାହା ଫଳରେ ସୁବର୍ଣ୍ଣଗିରି ଡାକ୍ତରଖାନାକୁ ଯାତାୟାତ ନିମନ୍ତେ ଜନସାଧାରଣ ଅସୁବିଧା ଭୋଗୁଛନ୍ତି । ୨ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିବା ରାସ୍ତା ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଯଥା ଶୀଘ୍ର ରାସ୍ତା ନିର୍ମାଣ ଶେଷ କରାଯାଉ ।ପକାରୀ ଗ୍ରାମଠାରୁ ରାଣିପାଙ୍ଗା ଗ୍ରାମକୁ ପାଦ ଚଲା ମାଟି ରାସ୍ତାରେ ଜନ ସାଧାରଣ ଯିବା ଆସିବା କରିଥାନ୍ତି, ଏଣୁ ଯଥା ଶୀଘ୍ର ରାସ୍ତା ନିର୍ମାଣର ବ୍ୟବସ୍ଥା, ବସୁଧା ଯୋଜନାରେ ବର୍ଷ ୬ ମାସ ହେବ କାର୍ଯ୍ୟ ଆରମ୍ଭ ହୋଇଛି । କୂଅ ଖୋଳା ହୋଇଛି ଯାହାର କି ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇନାହିଁ, ଯାହା ଫଳରେ ଜନସାଧାରଣ ପାଣି ପାଇପାରୁନାହାନ୍ତି । ଠିକା କାର୍ଯ୍ୟ ନେଇଥିବା କଣ୍ଟ୍ରାକ୍ଟର ବା ସଂସ୍ଥା ନାମରେ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାନୀୟ ଜଳର ବ୍ୟବସ୍ଥା, ଅନୁସୂଚିତ ଜାତି ବର୍ଗର ବହୁତ ଲୋକ ଭୂମିହୀନ ହୋଇ ଅଛନ୍ତି । ସେମାନଙ୍କୁ ଚିହ୍ନଟ କରାଯାଇ ଆବଶ୍ୟକୀୟ ଜମି ଦେବାର ବ୍ୟବସ୍ଥା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନ ଜାତି ମଶାଣି ରୂପେ ବ୍ୟବହାର କରାଯାଉଥିବା ପର୍ବତ କିସମ ଜାଗାକୁ ପରିବର୍ତ୍ତନ କରାଯାଇ ଗ୍ରାମ ମଶାଣି ରୂପେ ପୃଥକ ଭାବେ ପ୍ରଦାନ, କେତେକ ଭୂମିହୀନଙ୍କୁ ଦିଆଯାଇଥ‌ିବା ୧୬ ଆର ଜାଗାକୁ ଚିହ୍ନଟ କରାଯାଇ ସେମାନଙ୍କୁ ଦଖଲ ଦିଆଯାଉ, ଅଙ୍ଗନବାଡି କେନ୍ଦ୍ରର ବାସଗୃହ ନିର୍ମାଣ, ଏକ ଜିଓ ନେଟୱର୍କ ନିମନ୍ତେ ଟାୱାର ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦୃଷ୍ଟି ଦେବା ପାଇଁ ଜାଗ୍ରତ କନ୍ଧମାଳ ଓଡ଼ିଶା ପକ୍ଷରୁ ଦାବୀ ହୋଇଛି lଅନ୍ୟ ମାନଙ୍କ ମଧ୍ୟରେ ଜାଗ୍ରତ କନ୍ଧମାଳ ଓଡିଶାର ସଭାପତି ପ୍ରଶାନ୍ତ ମହାନ୍ତି,ଆଇନଜିବୀ ମହେଶ୍ଵର ମହାରଣା, ଉପସଭାପତି ବିଚିତ୍ର ବୀର୍ଯ୍ୟ ପ୍ରଧାନ, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ପ୍ରେମାନନ୍ଦ ମାଝୀ, ବିପ୍ର ଚରଣ ସ୍ଵାଇଁଙ୍କ ସମେତ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ