ପକେଟ୍ ମନି ସଞ୍ଚୟରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ବିଦ୍ୟାର୍ଥୀଙ୍କୁ ସହାୟତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସଞ୍ôଚଥିବା ପକେଟ୍ ମନିକୁ ସଦ୍ ବିନିଯୋଗ କରିଛନ୍ତି ରାଜଧାନୀ ଓ ରାଜଧାନୀ ବାହାରେ ରହୁଥିବା କିଛି ସହୃଦୟ ବ୍ୟକ୍ତିବିଶେଷ । ସେମାନେ ଏହି ଟଙ୍କାକୁ ପାର୍ଟି, ପିକ୍ନିକ୍ କିମ୍ବା ଫଙ୍କସନ୍ରେ ଉଡ଼ାଇ ପାରିଥାନ୍ତେ । କିନ୍ତୁ ସେମାନଙ୍କ ବିବେକ ଏପରି କରିବାକୁ ଦେଇନଥିଲା । ସଞ୍ôଚଥିବା ଅର୍ଥରେ ସେମାନେ ବାତ୍ୟାଞ୍ଚଳର ବିଦ୍ୟାର୍ଥୀମାନଙ୍କ ପାଇଁ ଖାତା, କଲମ, ପେନ୍ସିଲ୍, ରବର ଓ କଲର କିଣି ବିତରଣ କରାଇଛନ୍ତି । ପିଲାମାନଙ୍କ ଖୁସିରେ ଖୁସି ହୋଇଛନ୍ତି । ଏଭଳି ନିଆରା ଘଟଣା ଦେଖିବାକୁ ମିଳିଛି ସହର ଉପକଣ୍ଠ ଛତାବର ପଞ୍ଚାୟତର ଆଦିବାସୀ ବହୁଳ ଗାଁ କନ୍ଦଳେଇରେ । ବିଭିନ୍ନ ବୃତ୍ତିର କିଛି ସହୃଦୟ ବ୍ୟକ୍ତି କନ୍ଦଳେଇରେ ବାତ୍ୟାର ପ୍ରକୋପ ଓ ଗାଁରେ ଥିବା ସ୍କୁଲ୍ ଘର ଭାଙ୍ଗି ଯାଇଥିବା ଶୁଣି ବ୍ୟଥିତ ହୋଇଥିଲେ । ପରେ ସେମାନେ ଏହି ଗାଁର ବିଦ୍ୟାର୍ଥୀମାନଙ୍କୁ ନିଜ ସଞ୍ôଚତ ଅର୍ଥରେ ପାଠ୍ୟ ଉପକରଣ କିଣିଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସମାଜସେବୀ ସୁଶାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଫେସର ଗୋପବନ୍ଧୁ ମହାପାତ୍ର, ବିନିତା ମିଶ୍ର ଏବଂ ଏନ୍.ଆଇ.ଟି. ରାଉରକେଲା ୧୯୯୦ ବ୍ୟାଚ୍ର ଛାତ୍ରଛାତ୍ରୀ ପ୍ରମୁଖ ନିଜ ପକେଟ୍ ମନିରୁ ପାଠ୍ୟ ଉପକରଣ କିଣି କନ୍ଦଳେଇରେ ପହଞ୍ଚାଇଥିଲେ । ବିଭିନ୍ନ ଆବାସିକ ବିଦ୍ୟାଳୟରେ ରହି ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ଉପକରଣ ବଣ୍ଟା ଯାଇଥିଲା । ଏହି ପାଠ୍ୟ ଉପକରଣ ବିତରଣ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ୟାମ ଗାଗରାଇ,
ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ପ୍ରଦୀପ୍ତ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।