ପକ୍କାଘରରୁ ବଂଚିତ ସରସ୍ୱତୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ମଙ୍ଗୁଲି ଗ୍ରାମର ସରସ୍ୱତୀ ପୁହାଣ ପକ୍କା ଘରରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ସରସ୍ୱତୀ ଜଣେ ଗରିବ ଶ୍ରେଣୀର ମହିଳା ହୋଇଥିବା ବେଳେ ଚାଳ ଛପର ଘରେ ପରିବାର ସହ ରହୁଛନ୍ତି । ଗତ ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯିବା ଫଳରେ ସେ ବର୍ଷା ଦିନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ମୁଣ୍ଡ ଗୁଞ୍ଜିବା ପାଇଁ ପରଘରେ ଆଶ୍ରୟ ନେଉଛନ୍ତି । ପକ୍କା ଘର ଖଣ୍ଡିଏ ପାଇବା ପାଇଁ ସେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି । ତଥାପି ତାଙ୍କ ଗୁହାରୀ କେହି ଶୁଣୁ ନାହାନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ