ପଖୋରୀରେ ବୁଡି ଯୁବକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲା ଗୋଷାଣି ବ୍ଲକ କେରାଣ୍ଡି ପଞ୍ଚାୟତର ଦେବିତୀ ଗ୍ରାମର ଜୀ. କୃଷ୍ଣ (୩୦) ନାମକ ଯୁବକ ସେହି ଗ୍ରାମରେ ଥିବା ପଖୋରୀରେ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ପାରଳାଖେମୁଣ୍ଡି ଅଗ୍ନିସମ ବିଭାଗକୁ ଖବର ଦେବା ପରେ ସେମାନେ ଉକ୍ତ ଶବଟିକୁ ପଖୋରୀ ଭିତରୁ ଉଦ୍ଧାର କରିଥିଲେ । ପାରଳାଖେମୁଣ୍ଡି ଥାନା ପକ୍ଷରୁ ଏହି ଶବଟିକୁ ଜବତ କରାଯାଇ ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରାଯାଇଥିଲା । ତେବେ ଉକ୍ତ ଯୁବକ ଜଣକ ସକାଳୁ ଶୌଚ କରିବା ପାଇଁ ଉକ୍ତ ପଖୋରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଥିବା ଜଣାପଡିଛି । ଉକ୍ତ ଘଟଣାକୁ ନେଇ ପାରଳାଖେମୁଣ୍ଡି ଥାନା ପକ୍ଷରୁ ୫/୨୦ ମାମଲା ଜୁରୁ ହୋଇଥିବା ବେଳେ ଏହି କେସ୍କୁ ଏସ୍ଆଇ ଅହଲ୍ୟା ମହାରଣା ତଦନ୍ତ କରୁଥିବା ବେଳେ ଏସ୍ଆଇ ଶରତ ଚନ୍ଦ୍ର ରାୟ ସୂଚନା ପ୍ରଦାନ କରିଛନ୍ତି ।


