ପଙ୍କଜ କୁମାର ୟୁଆଇଡିଏଆଇ ସିଇଓ

ନୂଆଦିଲ୍ଲୀ: ଆଇଏଏସ୍ ପଙ୍କଜ କୁମାରଙ୍କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଦାୟିତ୍ୱରେ ଅଛନ୍ତି । ୟୁଆଇଡିଏଆଇ ୨୦୧୬ ଆଧାର ଆକ୍ଟ ଅନୁଯାୟୀ ଗଠିତ ହୋଇଥିଲା । ଏହା ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଗଠିତ । ଏହା ଭାରତର ସମସ୍ତ ନାଗରିକଙ୍କ ଫେକ୍ ଆଇଡି ତିଆରି ହେବା ବିରାଧରେ କାମ କରିଥାଏ । ଅଫିସିଆଲ୍ ଷ୍ଟେଟେମେଣ୍ଟରେ କୁହାଯାଇଛି, ତାଙ୍କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ସିଇଓ ଭାବେ ସଚିବ ପାହ୍ୟାର ଏହି ନିଯୁକ୍ତି ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ