ପଙ୍କ ପାଇଁ ପତ୍ନୀ କାନ୍ଧରେ!

ଇଂଲଣ୍ଡର ଚର୍ଚ୍ଚିତ କାହାଣୀକୁ ସତ କରିଛନ୍ତି ଭୁଟାନ୍ ପୂର୍ବ ପ୍ରଧାନ ମନ୍ତ୍ରୀ । ଇଂଲଣ୍ଡରେ ଏକ କାହାଣୀ ଅଛି ଯେ ଇତିହାସରେ ଜଣେ ଶାସକ ନିଜର ଓଭର କୋଟ୍ ପଙ୍କରେ ପକାଇ ଦେଇଥିଲେ । ଏହାର କାରଣ ମଧ୍ୟ ଥିଲା କିଛି ନିଆରା । ସେ ତାଙ୍କ ରାଣୀଙ୍କ ପାଦ ପଙ୍କରେ ନ ପକାଇବା ପାଇଁ ଏପରି କରିଥିେଲେ । ଏହି କାହାଣୀକୁ ପ୍ରସିଦ୍ଧ ଇତିହାସକାର ଟମ୍ସ୍ ଫୁଲରମଚ୍ ଲେଖିଥିଲେ । ଏହି କାହାଣୀ କେତେ ସତ ତାହା ଜଣାନାହିଁ । ହେଲେ ବର୍ତ୍ତମାନ ଭୂଟାନ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍ ରୋବେତ୍ କାହାଣୀକୁ ସତ ବୋଲି ପ୍ରମାଣିତ କରିଛନ୍ତି । ସେ ତାଙ୍କର କାର୍ଯ୍ୟରେ ଏହି ଗପକୁ ସତ କରିଛନ୍ତି । ନିଜ ପତ୍ନୀଙ୍କୁ ନିଜ କାନ୍ଧରେ ଉଠାଇ ପଙ୍କ ଭର୍ତ୍ତି ରାସ୍ତାରେ ଚାଲୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଫଟୋଟି ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ସେ ନିଜେ ଏହି ଫଟୋଟି ଟୁଇଟର୍ରେ ସେୟାର କରିବା ସହ ଲେଖିଛନ୍ତି ଯେ ସର୍ବଦା ଜଣେ ପୁରୁଷ ନିଜ ପତ୍ନୀଙ୍କ ଯତ୍ନନେବା ଦରକାର । ଫଟୋଟିକୁ ଲୋକେ ଦେଖିବା ସହ ବହୁଳ ମାତ୍ରାରେ ସେୟାର/ ଲାଇକ୍ ମଧ୍ୟ କରିଛନ୍ତି । ଏହାଛଡା ସମସ୍ତେ ତାଙ୍କର ପ୍ରଂଶସା କରିବାକୁ ଭୁଲୁନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ