ପଙ୍ଗପାଳକୁ ନେଇ ଚିନ୍ତାରେ କଳାହାଣ୍ଡିର ଚାଷୀ, ପ୍ରଶାସନ ଆଗତୁରା ପଦକ୍ଷେପ ଗ୍ରହଣ କରିବାକୁ ଦାବି
କଳାହାଣ୍ଡି. (ୱାଇଏନ୍ଏସ୍): ମାଡି ଆସୁଛି ଉଡ଼ନ୍ତା ଆତଙ୍କ, କେଉଁଠି ଘଣ୍ଟାକୁ ଦେଢ଼ଶହ କିମି ତୋ କେଉଁଠି ତିନିଶହ କିମି ବେଗରେ ପଶିଆସୁଛି ବିପଦ। କିଛି ଚିନ୍ତା କରିବା ପୂର୍ବରୁ ଖାଇଯାଉଛି ହଜାର ହଜାର ହେକ୍ଟର ଚାଷ। ପାକିସ୍ତାନରେ ଖାଦ୍ୟ ଅଭାବ ନେଇ ଭାରତକୁ ଚାଲି ଆସିଥିବା ପଙ୍ଗପାଳ ଆଠଟି ରାଜ୍ୟରେ ନିଜର ନିଜର କାରନାମା ଦେଖାଇସାରିଲେଣି। ଭାରତର ପଞ୍ଜାବ,ଗୁଜୁରାଟ, ରାଜସ୍ଥାନ,ଉତ୍ତର ପ୍ରଦେଶ, ଦିଲ୍ଲୀ, ହରିଆନା,ମଧ୍ୟପ୍ରେଦେଶ ଓ କର୍ଣ୍ଣାଟକ ରେ ପହଂଚିସରିଛନ୍ତି ଏହି ଆତଙ୍କକାରୀ କୀଟ। ଗଲା ବେଳେ ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଉଛନ୍ତି।ଜାତିସଂଘ ର food and agriculture organization ଫାଓ ର ଆକଳନ କହୁଛି ବର୍ତ୍ତମାନ ପଶ୍ଚିମ ପବନ ବହୁଥିବାରୁ ସପ୍ତାହ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡିଶା ପଶିପାରନ୍ତି।ବର୍ତ୍ତମାନ ମଧପ୍ରେଦେଶ ପରେ ଛତିଶଗଡ଼ ଦେଇ ଓଡିଶା ପଶିଆସିବାର ବି ଆଶଙ୍କା ଦେଖାଦେଇଛି।ଯାହାଫଳରେ ଛତିଶଗଡ଼ କୁ ଲାଗି ରହିଥିବା ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଚାଷୀ ଏବେ ଆତଙ୍କିତ।ଅଦିନିଆ ବର୍ଷା ଯୋଗୁଁ ଗୋଟେପଟେ ଚାଷୀଙ୍କ ହଜାର ହଜାର କ୍ୟୁଣ୍ଟାଲ ଧାନ ପାଣିରେ ଭିଜୁଥିବା ବେଳେ ଅନ୍ୟପଟେ ପଙ୍ଗପାଳ ର ପଦଧ୍ଵନି।ଏ ନେଇ ଛତିଶଗଡ଼ ପ୍ରଶାସନ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶାରେ ଚାଲିଛି ପ୍ରସ୍ତୁତି।ପଙ୍ଗପାଳ ଦମନ ର ନିର୍ଦ୍ଦିଷ୍ଟ କିଛି ଔଷଧ ବହାରିନଥିବା ବେଳେ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି।ଲକଡାଉନ ଓ ଅଦିନିଆ ବର୍ଷା ଭଳି ଅନେକ ଉପଦ୍ରବ ରେ କ୍ଷତିଗ୍ରସ୍ତ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ପଙ୍ଗପାଳ ନିଦ ହଜେଇ ଦେଇଛି।


