ପଙ୍ଗପାଳ ବିପଦ ଟଳିନି:କୃଷି ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ପଙ୍ଗପାଳ ବିପଦ ନାହିଁ ବୋଲି କହିହେବନି । ଓଡ଼ିଶାକୁ ପଙ୍ଗପାଳ ବିପଦ ଟଳିନି । ସମ୍ଭାବ୍ୟ ପଙ୍ଗପାଳ ଆତଙ୍କକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ଆମେ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛୁ । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପେୟାର ପାଇଁ ବନ୍ଦୋବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ରାଜ୍ୟକୁ ୩ଟି ଜୋନରେ ବିଭାଗ କରାଯାଇ ଏଥିପ୍ରତି ଦୃଷ୍ଟି ରଖାଯାଇଥିବା କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ରେଳ ଷ୍ଟେସନ ନିକଟରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଏକ ଅରଖ ଗଛରେ ଦଳେ ପୋକ ବସି ସବୁ ପତ୍ର ଖାଇ ଦେଇଥିବା କିଛି ଲୋକ ଦେଖିଥିଲେ। ଏହି ଖବର ସେହି ଅଂଚଳରେ ପ୍ରଚାର ହେବା ପରେ ଏକ ଭୟ ବାତାବରଣ ସୃଷ୍ଟି କରିଛି। ଗୋଟିଏ ପଟେ କୋଭିଡ୍ ଭୁତାଣୁ ସଂକ୍ରମଣରୁ କିପରି ନିଜକୁ ରକ୍ଷା କରାଯାଇପାରିବ ଲୋକେ ଚେଷ୍ଟା କରୁଥିବାବେଳେ ଏବେ ପୁଣି ପଙ୍ଗପାଳ ଆତଙ୍କ ରେଢ଼ାଖୋଲ ଅଞ୍ଚଲରେ ଦେଖା ଯାଇଛି।
ବିଶେଷକରି ପନିପରିବା ଚାଷୀ କିପରି ଏଥିରୁ ରକ୍ଷା ପାଇବେ ତାହାର ହିସାବ ପାଉ ନାହାନ୍ତି। କୃଷି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଏ ନେଇ କୃଷି ଜିଲ୍ଲା ଅଧିକାରୀ ଦୁଃଶାସନ ପ୍ରହରାଜଙ୍କୁ ଯୋଗାଯୋଗ କରିବାରୁ ସେଗୁଡିକ ପଙ୍ଗପାଳ ନୁହେଁ, ଏକ ପ୍ରକାର ଝୀଂଟିକା ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ