ପଚା ମାଛ ପ୍ରକିୟା କରଣ ଶିଳ୍ପ କୁ ବିରୋଧ କରି ମାଆ ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ବାଲେଶ୍ଵର, (ସରୋଜ ପଣ୍ଡା):ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତ ଠାରେ ପଚା ମାଛ ପ୍ରକିୟା କରଣ ଶିଳ୍ପ “ଗଦ୍ରେ” ପ୍ରତିଷ୍ଠା କୁ ବିରୋଧ କରି ଆଜି ଷ୍ଟେସନ କ୍ଳବ୍ ସଭା ଗୃହରେ ମାଆ ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଞ୍ଚର ଆବାହକ କୃଷ୍ଣ ଗୋପାଳ ପଣ୍ଡା,ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା,ପୂର୍ବତନ ବିଧାୟକ ସୁଦର୍ଶନ ଜେନା,ଜୟନ୍ତ ଦାସ,ସିମନ୍ ଦାସମହାପାତ୍ର,ପ୍ରଶାନ୍ତ କୁମାର ଦାସ,ଜନ୍ମେଞ୍ଜୟ ବାଗ, ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଶିଳ୍ପ ସରକାରଙ୍କ ସମସ୍ତ ଆଇନକୁ ବେଖାତିର କରି ଅଞ୍ଚଳବାସୀଙ୍କର କୃଷି,ଜଳ ନିଷ୍କାସନ,ପାନୀୟ ଜଳ,ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ସମୁଦ୍ର ଏବଂ ପରିବେଶ ବହୁ କ୍ଷତି ପହଞ୍ଚାଇବ,ଏହି ଶିଳ୍ପ ପାଇଁ ୧୨ଟି ପଞ୍ଚାୟତ ଲୋକଙ୍କର କ୍ଷତି ଗ୍ରସ୍ତ ହେବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ। ଏ ନେଇ ଜିଲ୍ଲାପାଳ,ରାଜ୍ୟ ସରକାର,କେନ୍ଦ୍ର ସରକାର ଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।ଦାବି ପୂରଣ ନହେଲେ ଆନ୍ଦୋଳନ ରେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ମଞ୍ଚ।ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତି ତପସ୍ୱୀ,ବସନ୍ତ କୁମାର ଦାସ,ଦିଲ୍ଲୀପ କୁମାର ଦାସ,ସମରେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।