ପଛକୁ ହଟିଲା ଚୀନ ସେନା

ନୂଆଦିଲ୍ଲୀ : ଭାରତ ସୀମା ନିକଟରେ ଉତେଜନା ସୃଷ୍ଟି କରୁଥିବା ଚାଇନା ନରମି ଯାଇଛି । ଚାଇନା ସୈନ୍ୟ ପଛକୁ ହଟିଯାଇଛନ୍ତି । ଗଲୱାନ ଓ ପାଙ୍ଗଗୋ ଟିଏସଓ ଅଞ୍ଚଳରେ ପଛକୁ ହଟିଯାଇଛି ଚୀନ । ଅପରପକ୍ଷରେ ଭାରତ ଏହା ଉପରେ ସତର୍କ ଦୃଷ୍ଟି ରଖିଛି । ଚୀନ ସେନା ସମ୍ପୂର୍ଣ୍ଣ ଭାବେ ପଛକୁ ହଟିଛି କି ନାହିଁ ସେନେଇ ସେନା ପକ୍ଷରୁ ଛାନଭିନ କରାଯାଇଛି । ଗଲୱାନର ଯେଉଁ ଅଞ୍ଚଳରେ ଚାଇନା-ଭାରତ ଯବାନ ମୁହାଁମୁହିଁ ହୋଇଥିଲେ ସେହି ପିପି-୧୪ ଠାରୁ ଚାଇନା ସେନା ହଟି ଯାଇଥିବା ଦେଖିବାକୁ ମିଳିଛି । ଏମିତିକି ଅସ୍ଥାୟୀ ଶିବିରକୁ ମଧ୍ୟ ହଟାଇ ଦିଆଯାଇଛି । ତେବେ ଚୀନ ସେନା ୨ କିମି ପଛକୁ ହଟିଥିଲେ ମଧ୍ୟ ଏହା ପଛରେ କିଛି ରହସ୍ୟ ରହିଛି କି ନାହିଁ ସେନେଇ ଛାନଭିନ ଆରମ୍ଭ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଏବେବି ଗଲୱାନ ନଦୀ ଅଂଚଳରେ ଚାଇନାର ଭାରି ଅସ୍ତ୍ରଶସ୍ତ୍ର ଯାନ ରହିଛି । ଯାହା ଉପରେ ଭାରତୀୟ ସେନା ନଜର ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ