ପଛରେ ବସିଥିବା ମହିଳା ବାଇକରୁ ଖସି ମୃତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ପୋଲିସ ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ସୁନାକେରା ନିକଟରେ ଜାନୁଆରୀ ୨୦ ତାରିଖ ଦିନ ବାଇକରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତ ମହିଳା ଜଣଙ୍କ ବୁଗୁଡା ଥାନା ଅନ୍ତର୍ଗତ ଭାଗବାନପୁର ଗ୍ରାମର ବଂଶୀଧର ଗୌଡ଼ଙ୍କ ଧର୍ମପତ୍ନୀ ସୁଷମା ଗୌଡ଼ (୪୮) ଅଟନ୍ତି। ଘଟଣାରୁ ଜଣାପଡ଼ିଛି ଯେ ବୁଗୁଡା ଥାନା ଅନ୍ତର୍ଗତ ଭାଗବାନପୁର ଗ୍ରାମର ବଂଶୀଧର ଗୌଡ଼ ତାଙ୍କ ଧର୍ମପତ୍ନୀ ସୁଷମା ଗୌଡ଼ଙ୍କୁ ନିଜ ବାଇକ ଓଡ଼ି ୩୨ ଏ ୧୧୯୩ ରେ ପଛରେ ବସାଇ ନିଜ ଗ୍ରାମରୁ ବାହାରି ଅନ୍ତରପଡା ଦେଇ ଘୋଡାପଡା ଶ୍ବଶୁର ଘରକୁ ଯାଉଥିଲେ । ଘୋଡାପଡା ଯାଉଥିବା ବେଳେ ଅନ୍ତରପଡା କଳମ୍ବ ମଧ୍ୟରେ ସୁନାକେରା ନିକଟରେ ପଛପଟୁ ଅନ୍ୟଏକ ଅଜଣା ବାଇକ ବଂଶୀଧର ଚଳାଉଥିବା ବାଇକର ଅତିନିକଟ ଦେଇ ଘସିହୋଇ ଦ୍ରୁତଗତିରେ ଚାଲି ଯାଇଥିଲେ । ଫଳରେ ପଛରେ ବସିଥିବା ବଂଶୀଧରଙ୍କ ଧର୍ମପତ୍ନୀ ସୁଷମା ଗୌଡ଼ ଭାରସାମ୍ୟ ହରାଇ ବାଇକରୁ ଖସି ରାସ୍ତାରେ ପଡିଯାଇଥିଲେ । ଯାହା ଫଳରେ ସୁଷମାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ବାଲିପଦର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ସୁଷମାଙ୍କୁ ବାଲିପଦର ମେଡ଼ିକାଲକୁ ନେଇଥିଲେ । ହେଲେ ଡାକ୍ତର ସୁଷମାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକଙ୍କ ସ୍ୱାମୀ ବଂଶୀଧର ଗୌଡ଼ଙ୍କ ଅଭିଯୋଗ ପ୍ରକାରେ ବୁଗୁଡା ଥାନା କେଶ ନଂ ୫୧/୨୨ ପ୍ରକାଶରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ ଚାଲିଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ