ପଛୁଆବର୍ଗଙ୍କ ସାମାଜିକ ଶିକ୍ଷାଗତ ସ୍ଥିତି ସର୍ଭେ ପାଇଁ ତାଲିମ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଓଡିଶା ପଛୁଆବର୍ଗ ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାର ବ୍ଲକ ଓ ପୈାରାଞ୍ଚଳ ସ୍ତରୀୟ ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ରାଜ୍ୟ ପଛୁଆବର୍ଗ କମିଶନ ଆସନ୍ତା ମଇମାସ ୧ତାରିଖରୁ ୨୫ତାରିଖ ମଧ୍ୟରେ ରାଜ୍ୟରେ ବାସ କରୁଥିବା ପଛୁଆବର୍ଗର ଲୋକମାନଙ୍କ ସର୍ଭେ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ସେହି ଅନୁଯାଇ ରାଜ୍ୟ ସ୍ତରରୁ ତାଲିମ ନେଇ ଆସିଥିବା ଜିଲ୍ଲା ସ୍ତରୀୟ ପ୍ରଶିକ୍ଷକଙ୍କ ଦ୍ୱାରା ବ୍ଲକ ଓ ପୈାରାଞ୍ଚଳ ସ୍ତରୀୟ ପ୍ରଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ଶିବିରକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଉଦଘାଟନ କରି ନିର୍ଭୁଲ ସର୍ଭେ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଦିଲିପ କୁମାର ପରିଡା, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ମନ୍ଦରଧର ମାହାଳିକ ପ୍ରମୁଖ ଯୋଗଦେଇ ସର୍ଭେର ଲକ୍ଷ୍ୟ, କାର୍ଯ୍ୟକାରିତା ପ୍ରଭୃତି ସମ୍ପର୍କରେ ବହୁମୂଲ୍ୟ ପରାମର୍ଶ ଦେଇଥିଲେ । ଜିଲ୍ଲାର ମୁଖ୍ୟ ତାଲିମ ପ୍ରଦାମନକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କ ସହ ଅନ୍ୟତମ ପ୍ରଶିକ୍ଷକ କେନ୍ଦ୍ରାପଡା ବ୍ଲକର ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅନିରୁଦ୍ଧ ବେହେରା ପ୍ରଶିକ୍ଷ୍ୟାର୍ଥିମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଆସନ୍ତା ମଇମାସ ୨୦ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ୨୮ ତାରିଖ ମଧ୍ୟରେ ୨ୟ ପର୍ଯ୍ୟାୟ ଏନୁମରେଟର ଓ ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି । ଏହି ତାଲିମ ଶିବିରରେ ବିଡିଓ, ଏବିଡିଓ, ତହସିଲଦାର ଓ ସିଡିପିଓମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ ।