ପଛୁଆ ବର୍ଗ ସର୍ବେ ପାଇଁ ବ୍ଲକ ଶିକ୍ଷାଧିକାରୀ ଓ ସୋରଡା ଶିକ୍ଷକ ସଂଘ ମୁହାଁ ମୁହିଁ
ସୋରଡା, (ରଜନୀକାନ୍ତ ମହାପାତ୍ର):ପଛୁଆ ବର୍ଗ ସର୍ଭେ କୁ ନେଇ ବର୍ତମାନ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଜ୍ୟାଳୟ ଓ ଶିକ୍ଷକ ସଂଘ ମୁହାଁ ମୁହିଁ ହୋଇଥିବା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମ ରେ ଏବେ ଏହା କୁ ନେଇ ଚର୍ଚା ଜୋର ଧରିଛି। ଏପରିକି ଶିକ୍ଷକ ସଂଘ ସୋରଡା ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ କଡା ଭାଷା ରେ ସମାଲୋଚନା କରିବା ସହ ଯଦି ଶିକ୍ଷା ଅଧିକାରୀ ଶୁଣୁଛନ୍ତି ତେବେ ପାଦ ଧୁଳି ଟିକେ ପାର୍ସଲ କରିବା ପାଇଁ କହିଛି ଶିକ୍ଷକ ସଂଘ। ଏହା କୁ ନେଇ ଏବେ ଆଲୋଚନା ଜୋରଧରିଛି। ରାଜ୍ୟ ରେ ପଛୁଆ ବର୍ଗ ଙ୍କ ଗଣନା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏ ନେଇ ତାଲିମ ମଧ୍ୟ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ସୋରଡା ପ୍ରାଥମିକ ଶିକ୍ଷକ ସଂଘ ଏହି ପ୍ରକ୍ରିୟା ରୁ ଶିକ୍ଷକ ଙ୍କୁ ବାଦ ଦେବା ପାଇଁ ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଚିଠି ମାଧ୍ୟମ ରେ ଜଣାଇଥିବା ବେଳେ ଏହା କୁ ନେଇ ଶିକ୍ଷା ଅଧିକାରୀ ପ୍ରତିକ୍ରିୟାଶୀଳ ହୋଇ ଶିକ୍ଷକ ମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେଇଥିବା ସଂଘ ଅଭିଯୋଗ କରୁଛି। ସୋରଡା ଶିକ୍ଷାଧିକାରୀ ଙ୍କ ଚିଠି ନମ୍ବର ୧୦୨୧ ତାରିଖ ୨୮/୦୪/୨୩ ପ୍ରକାରେ ସୋରଡା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ୟାସୀ କୁମାର ନାୟକ ଓ ସାଧାରଣ ସମ୍ପାଦକ ସୁଦର୍ଶନ ବିଶ୍ବାସ ରାୟ, ଙ୍କୁ ଚିଠି ଲେଖି ଏହାର କାରଣ ଦର୍ଶାଅ ନୋଟିସ ମଗାଯାଇଛି। ଏହି ସର୍ବେ ଏକ ଜାତୀୟ ସର୍ବେ ହୋଇଥିବା ରୁ ଏହା କୁ ଶିକ୍ଷକ ଅବମାନନା କରିଥିବା ଅଭିଯୋଗ ହୋଇଛି। ଏବଂ ଶିକ୍ଷକ ସଂଘ ର ଉଭୟ ଶିକ୍ଷକ ସଂଘ ମଧ୍ୟ ରେ ବୁଝା ସୁଝା କରିବା ସହ ସର୍ବେ ରୁ ନିବୃତ ରହିବା ପାଇଁ ପ୍ରଚେଷ୍ଟା କରିଥିବା ପରି ସଙ୍ଗିନ ଅଭିଯୋଗ ଆଣିଛି ଶିକ୍ଷା ଅଧିକାରୀ ଙ୍କ କାର୍ଜ୍ୟାଳୟ। ଆସନ୍ତା ମେ ମାସ ୦୧ ତାରିଖ ପୂର୍ବ ରୁ ଏହା ଦାଖଲ କରାନଗଲେ ଓ ସି ଏସ ରୁଲ ଆଇନ ୧୬ ୧୯୬୨ ପ୍ରକାରେ ଦରମା ବନ୍ଦ କରାଯିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନୋଟିସ ଜାରି କରାଯାଇଛି। ଏହା କୁ ନେଇ ପ୍ରତିବାଦ କରିଛି ସଂଘ। ସାମାଜିକ ଗଣମାଧ୍ୟମ ଫେସ୍ବୂକ ରେ କଡା ସମାଲଚନା କରିଛି ଓଡିଶା ପ୍ରାଥମିକ ଶିକ୍ଷକ ସଂଘ। ଅଙ୍ଗନବାଡି, ଶିଶୁ ସମନ୍ଵୟ ବିଭାଗ ସୁପରଭାଇଜର ମାନେ ଥିବା ସତ୍ବେ ଆମେ କାହିଁକି କରିବୁ ଏବଂ ଏହି ସର୍ବେ ରେ ଶିକ୍ଷକ ମାନଙ୍କୁ ନିଯୁକ୍ତି କରାଯାଇପାରିବ ନହିଁ ବୋଲି ସ୍ପଷ୍ଟ ନିର୍ଦେଶ ରହିବା ସତ୍ବେ ଆମେ କାହିଁକି ସର୍ଭେ କରିବୁ ବୋଲି ସଂଘ ଯୁକ୍ତି ବଢିଛି। ଏହା ଶିକ୍ଷା ଅଧିକାର ଆଇନ ୨୭ କୁ ଉଳଘ୍ନ କରୁଛି। ଶିକ୍ଷକ ମାନେ ଆଳୁ ପରିବା ନୁହନ୍ତି ଯେ ଯେଉଁଠି ଚାହିଁବେ ସେଇଠି ନିୟୋଜିତ କରିଦେବ ଏବଂ ସୋରଡା ବି ଇ ଓ ଯଦି ଏହି ଲେଖା ପଢୁଥିବେ ତେବେ ପାଦ ଧୁଳି ଟିକେ ପାର୍ସଲ କରି ପଠାଇବା ପାଇଁ ଫେସ୍ବୂକ ରେ କହିଛି ସଂଘ। ଯଦି ଶିକ୍ଷକ ଙ୍କ ଦରମା ବନ୍ଦ କରାଯିବ ତେବେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତା ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଲୟ ରେ ଧାରଣା ରେ ବସିବା ପାଇଁ ଧମକ ଦେଇଛି। ଏହା ର କିଛି ସମୟ ପରେ ଆଉ ଗୋଟେ ଫେସବୁକ ପୋଷ୍ଟ ରେ ଏହି ସଂଘ କୁ କେତେ ଭୟ କରୁଛି ବିଭାଗ ଯାହା ଏହି ଚିଠି ର ଇଂରାଜୀ ଭାଷା କହୁଛି ଏବଂ ଦୁଇ ବର୍ଷ ମଧ୍ୟ ରେ ଶିକ୍ଷକ ସଙ୍ଘ ବି ଇ ଓ ଅଫିସ କୁ ଦୋହଲାଇଦେଲା ବୋଲି ସାର୍ବଜନୀନ ସମାଲୋଚନା କରିଛି ସଂଘ ଏବଂ ଆଗାମୀ ଦିନ ରେ ଏହି ସଂଘ ସବୁଠାରୁ ଶକ୍ତିଶାଳି ହେବ ବୋଲି ମଧ୍ୟ ଏବେ କୁହାଯାଉଛି। ଏହାକୁ ନେଇ ଏବେ ଅଞ୍ଚଳରେ ଚର୍ଚା ଜୋରଧରିଛି। କିଛି ବୁଦ୍ଧିଜୀବୀ ଏହି ପରି ଭାଷା କୁ ସମାଲୋଚନା କରିଛନ୍ତି। ଶିକ୍ଷକ ପରି ଏକ ଆଦର୍ଶ ପଦବୀ ରେ ଅବସ୍ଥାପିତ ବ୍ୟକ୍ତି ମାନେ ଯେଉଁମାନେ ସମାଜ କୁ ଗଢିଥାନ୍ତି ଏବଂ ଶିକ୍ଷା ଓ ଜ୍ଞାନ ଦେଇଥାନ୍ତି ସେହିମାନେ ଏହି ପରି ଭାଷା ବ୍ୟବହାର କରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହ ସୋରଡା ବି ଇ ଓ ଅଫିସ ମଧ୍ୟ ଏହି ପରି ଏକ ସରକାରୀ ଚିଠି ରେ ଶିକ୍ଷକ ଙ୍କ ବିରୋଧରେ ସିଧାସଳଖ ସରକାରୀ କାର୍ଯ୍ୟ ନ କରିବା ପାଇଁ ପ୍ରବର୍ତାଇବା ଭଳି ସଙ୍ଗିନ ଅଭିଯୋଗ ଆଣିବା ପରିବର୍ତେ ସଠିକ ପ୍ରକ୍ରିୟା ଆପଣାଇବା ପାଇଁ କହିଛନ୍ତି। ଆଗାମୀ ଦିନ ରେ ସଂଘ ଏହା କୁ ନେଇ ଆହୁରି ଅଧିକ ପ୍ରତିବାଦ କରିବ ବୋଲି ସୂଚନା ମିଳିଛି।