ପଞ୍ଚତିରିଶି ବସ୍ତାରୁ ଏକ ଟନ କଇଁଛ ଉଦ୍ଧାର ଦୁଇ ଗିରଫ
ଚିତ୍ରକୋଣ୍ଡା,(ବିମଲ କିଶୋର ମିଶ୍ର):ଉଦ୍ଧାର ହେଲା ଏକ ଟନ କଇଁଛ, ଚିତ୍ରକୋଣ୍ଡା ବନାଞ୍ଚଳକୁ ମିଳିଛି ବଡ ସଫଳତା, ମାଡିବସିଲେ ଆନ୍ତ ରାଜ୍ୟ କଇଁଛ ଚାଲାଣକାରୀ ଉପରେ ବାନାଞ୍ଚଳ କର୍ମ ଚାରି , ଆନ୍ଦ୍ର ପ୍ରଦେଶ ନରସିଙ୍ଘ ପାଟଣାରୁ ମାଲକାନଗିରି କାଲିମେଳା ଏମଭି 79 ଅଭିମୁଖେ ଯାଉଥିବା ବେଳେ ଚିତ୍ରକୋଣ୍ଡା ସୀମାନ୍ତ ରାଜୁଲକୋଣ୍ଡା ଠାରେ ଜବତ କଲେ ରେଞ୍ଜର ଓ ବନ କର୍ମଚାରୀ। କଇଁଛ ଚୋରା ଚାଲାଣକାରୀ ଆସୁଥିବା ଏକ ବିଶ୍ୱତ ସୂତ୍ର ଖବର ପାଇ ଚିତ୍ରକୋଣ୍ଡା ରେଞ୍ଜର ବନମାଳୀ ନାୟକ ଏକ ଟିମ ପ୍ରସୂତ କରି ଓଡିଶା ଓ ଆନ୍ଦ୍ର ସୀମାନ୍ତ ଅନ୍ତର୍ଗତ ରାଜୁଲକୋଣ୍ଡା ଠାରେ ପଇଂତାରା ମାରୁଥିଲେ। ଦିନ ଦ୍ବୀପହର ସମୟରେ ଏକ ମେକ୍ସ ପିକ ଅଫ ଗାଡି ନମ୍ବର ଏପି39 ଏନଏସ 1566 ଯୋଗେ ଦ୍ରୁତ ଗତିରେ ଓଡିଶା ଅଭିମୁଖେ ପ୍ରବେଶ କରୁଥିଲା। ଗାଡିଟିକୁ ଅଟକାଇ ତନଖି ବେଳେ ଗାଡ଼ିରେ 35ଟି ବସ୍ତାରେ ରହିଥିବା ପ୍ରାୟ ଏକ ଟନ କଇଁଛ ଉଦ୍ଧାର କରାଯାଇଛି। ଚୋରା ଚାଲଣ କାରୀଙ୍କୁ ପଚାର ଉଚରା ପରେ ଏହା ବନ୍ୟ ପ୍ରାଣୀ ଆଇନ ଅନୁଯାଇ କଇଁଚ ଗୁଡିକୁ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇ ଆସାମୀକୁ ଗିରଫ କରିଛି ଚିତ୍ରକୋଣ୍ଡା ବନାଚଳ।