ପଞ୍ଚପୀଢ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣୀ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର କରଂଜିଆ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପାଞ୍ଚପିଢ ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନଶୁଣାଣୀ କାର୍ଯ୍ୟକ୍ରମ ଜିଲ୍ଲାପାଳ ହେମନ୍ତ ସମୟ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ଯକ୍ଷ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୫ଟି ବ୍ଳକ ଏବଂ କରଞ୍ଜିଆ ଏନଏସିରୁ ୮୪ଟି ଅଭିଯୋଗ ପଞ୍ଜିଜକୃତ, ହୋଇଥିବାବେଳେ ତନ୍ମଧ୍ୟରୁ ୬୮ଟି ବ୍ୟକ୍ତିଗତ ଏବଂ ୧୬ଟି ସାମୁହିକ ସମସ୍ୟା ଥିଲା । ମଧ୍ୟରୁ ୫ଟି ସମସ୍ୟା ଜିଲ୍ଲାପାଳଙ୍କ ଦ୍ବାରା ତତ୍କାଳ ଫଇସଲା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଦୁଇ ଜଣଙ୍କୁ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ୩ଜଣ ଅସହାୟଙ୍କୁ ସହାୟତା ନିମନ୍ତେ ୧୫ ହଜାର ଟଙ୍କା ମଞ୍ଜୁର କରା ଯାଇଥିଲା । ଅନ୍ସମସ୍ୟା ଗୁଡିକୁ ତୁରନ୍ତ ତଦନ୍ତ କରି ସମସ୍ୟାର ‌ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ,କରଞ୍ଜିଆ ପିଏ ଆଇଟିଡିଏ ଚିତ୍ତରଞ୍ଜନ ମହାନ୍ତି, ଏସଡିଏମଓ ଏବଂ ସମସ୍ତ ତହସିଲଦାର,ବିଡ଼ିଓ, ଏବଂ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ