ପଞ୍ଚମା ସିଦ୍ଧି ବିନାୟକ ଯାତ୍ରା ପାଇଁ ଲାଗିଲା କଟକଣା
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଚଳିତ ବର୍ଷ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚମା ସିଦ୍ଧି ବିନାୟକ ଯାତ୍ରା ପାଇଁ ଲାଗିଲା କଟକଣା ।ସିଦ୍ଧି ବିନାୟକ ଯାତ୍ରାକୁ ନେଇ ପ୍ରଶାସନର ବଡ ନିଷ୍ପତି। ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେବ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ।ଶ୍ରଦ୍ଧାଳୁ ମାନେ ନ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ପଞ୍ଚମା ସିଦ୍ଧି ବିନାୟକ ଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ମାନଙ୍କ ଜନ ସମାଗମ ହୁଏ ।କରୋନା କଟକଣା ଯୋଗୁଁ ଏବର୍ଷ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେବ।କିନ୍ତୁ ସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ।ଶ୍ରଦ୍ଧାଳୁ ମାନେ ନ ଆସିବା ପାଇଁ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।


