ପଞ୍ଚମୁଖୀ ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ନାରାୟଣପୁର ଗ୍ରାମରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ଥାନପତି ପୁସ୍କରିଣୀରୁ ୨୭ ଗୋଟି କଳସ ଅଣାଯାଇ ଯଥାରୀତି ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରତିମୂର୍ତ୍ତିକୁ ୯ ଦିନ ଧାନରେ ଶୟନ କରାଯିବା ପରେ ଅରୁଆ ଚାଉଳରେ ୨ ଦିନ ରଖା ଯାଇଥିଲା । ପରେ ମହାସ୍ନାନ କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା । ସୂର୍ଯ୍ୟପୂଜା, ଗୋପୂଜା, ହନୁମାନ ଚାଳିସା, ସୁନ୍ଦରାକାଣ୍ଡ ସମେତ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତା ଭାବେ ଭଗବାନ ସାହୁ, କ୍ଷେତ୍ରମଣି ସାହୁ ଦାୟୀତ୍ୱ ସଂପାଦନ କରିଥିଲେ । ପୂଜକ ଅକ୍ଷୟ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ଦୀକ୍ଷିତ୍‌, ଟୁଟୁଧର ପାଣିଗ୍ରାହୀ, ନାରାୟଣ ଦାଶ, ମନୋଜ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଧାକର ସାହୁ, ରବିନ୍ଦ୍ର ଦାସ, କୈଳାସ ଜେନା, ସୁଦର୍ଶନ ଦାସ, ଭରତ ଚନ୍ଦ୍ର ଦାସ, ଦେବେନ୍ଦ୍ର ପାଢୀ ସହଯୋଗ କରିଥିଲେ । ଏଥିରେ ଆଖପାଖ ଗ୍ରାମର ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ