ପଞ୍ଚମୁଖୀ ହନୁମାନ ମନ୍ଦିର ର ପ୍ରତିଷ୍ଠା
ବେଲଗୁଣ୍ଠା,(ଶିବରାମ ଚୈାଧୁରୀ ): ପଇଲିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉସ୍ତପଲ୍ଲୀ ଗ୍ରାମରେ ନିର୍ମାଣାଧୀନ ପଞ୍ଚମୁଖୀ ହନୁମାନ ମନ୍ଦିର ର ପ୍ରତିଷ୍ଠା କାର୍ୟ୍ୟ ମହା ଆଡମ୍ବର ସହକାରେ ଚାଲୁରହିଛି। ଏହି ଅବସରରେ ୯ଦିନ ଧରି ପ୍ରବଚନ କାର୍ୟ୍ୟକ୍ରମ ଚାଲୁରହିଛି।ପ୍ରଥମ ଦିନରେ ମଥୁରା ମଠ ର ମହନ୍ତ ଶ୍ୟାମସୁନ୍ଦର ଦାସ,ପରବର୍ତ୍ତୀ ଦିନ ମାନଙ୍କରେ ଗହଙ୍ଗୁ ମହନ୍ତ ରାଘବା ନନ୍ଦ ଦାସ,ନିଶ୍ଚିତକୋଇଲି ର ସତ୍ୟ ରଥ,ବ୍ୟାସ ମହନ୍ତ କମଳ ଲୋଚନ ଦାସ,ଗୁଜରାଟ ର ସିବିଲାଲ୍ ମେହେଟା ଓ ଅନ୍ୟ ସାଧୁ ସନ୍ଥ ଙ୍କ ଦ୍ଵାରା ପ୍ରବଚନ ଚଲୁରହିବ।ଏହି ପ୍ରତିଷ୍ଠା ଉଚ୍ଚବ ରେ ଜ୍ଞାନ ଯଜ୍ଞ,ଘୃତ ଯଜ୍ଞ,ଗୋ ଯଜ୍ଞ,ନାମ ଯଜ୍ଞ ଓ ଅର୍ଣ ଯଜ୍ଞ ଆଦି ପଞ୍ଚ ମହା ଯଜ୍ଞ ଆୟୋଜନ ହେବ। ପାଇଲିପଡା ପଞ୍ଚାୟତ ଦେଇ ପ୍ରବାହିତ ବଦନଦୀ ରୁ ୫୦୦ ରୁ ଉର୍ଦ୍ଧ ମହିଳା କଳସ ଯାତ୍ରା ରେ ମନ୍ଦିର ନିକଟକୁ ଜଳ ଗ୍ରହଣରେ ସାମିଲ ହୋଇଥିଲେ।ଏହି ମହା ଯଜ୍ଞ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଚାଲୁରହିବ। ବିଭିନ୍ନ ସ୍ଥାନରେ ସୁରକ୍ଷା ଦୃଷ୍ଟିରୁ ଯୁବ ଓ ମହିଳା ସ୍ବେଚ୍ଛାସେବୀ ନିୟୋଜନ କରାଯିବା ସହ ପୋଲିସ ପ୍ରଶାସନ ତରଫରୁ ସବୁପ୍ରକାର ସହୋଜଗ କରାଯାଇଛି।


