ପଞ୍ଚମ ଦିନରେ ରଥଯାତ୍ରା , ମହାଲକ୍ଷ୍ମୀ ରଥ ଭାଙ୍ଗିବେ , ବନକ ଲାଗି ପାଇଁ ରାତ୍ର ୯ ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ
ପୁରୀ , ମହାପ୍ରଭୁଙ୍କ ରଥ ଯାତ୍ରା ଆଜି ପଞ୍ମ ଦିନରେ ପହଞ୍ଚିଛି । ତିନି ଠାକୁରଙ୍କ ବନକଲାଗି ନିତି ପାଇଁ ଆଜି ଅପରାହ୍ନରୁ ରାତ୍ର ୯ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ହିନ୍ଦୁ ଧର୍ମୀୟ ରିତିନୀତି ଅନୁଯାୟୀ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି କୋଟି ଜନ୍ମର ପାପ ହରଣ ହୁଏ ବୋଲି ଲୋକ ମାନଙ୍କର ବିଶ୍ୱାସ ରହିଛି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁରର ମିଶ୍ରଣକୁ ଲାଗି କରାଯାଇ ବନକଲାଗି କରାଯିବା ଅନ୍ୟ ପଟେ ଚଳିତ ରଥଯାତ୍ରାର ଅଭଡା ବାହାରିଛି । ଶ୍ରଦ୍ଧାଳୁ ମାନେ ଆନନ୍ଦର ସହ ଅଭଡା ଖାଇବା ସହ ଆନନ୍ଦ ଉଲ୍ଲାସର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।


