ପଞ୍ଚମ ଦିନରେ ରୋଭର ଲିଡର ଓ ରେଞ୍ଜର ଲିଡର ତାଲିମ ଶିବିର

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ଆନୁକୂଲ୍ୟରେ ଏକାଦିକ୍ରମେ ଅଣତାଲିମ ପ୍ରାପ୍ତ ରୋଭର ଲିଡରମାନଙ୍କ ପାଇଁ ବେସିକ୍ ତାଲିମ ଏବଂ ବେସିକ୍ ତାଲିମ ପ୍ରାପ୍ତ ଲିଡରମାନଙ୍କ ପାଇଁ ଆଡ୍ଭାନ୍ସଡ ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟ ପରିସରରେ ତା୨୪ା୬ା୧୯ରିଖ ଠାରୁ ଆରମ୍ଭ ହୋଇଅଛି । ସେହିଭଳି ରେଞ୍ଜର ଲିଡରମାନଙ୍କର ବେସିକ୍ ଓ ଆଡଭାନ୍ସଡ ତାଲିମ ଶିବିର ମଧ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ହେଉଅଛି । ତା୨୪ା୬ା୧୯ରିଖ ଦିନ ଉଦ୍ଘାଟନୀ ସମାରୋହରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ମୋଟ ୪୧ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଉକ୍ତ ତାଲିମ ଶିବିରରେ ଯୋଗଦାନ କରିଅଛନ୍ତି । ୧୦ ଜଣ ତାଲିମ ଦାତା ଓ ତାଲିମ ଦାତ୍ରୀଙ୍କ ସହାୟତାରେ ଉକ୍ତ ତାଲିମ ଶିବିର ତା୩୦ା୬ା୧୯ରିଖ ଦିନ ସମାପନ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ