ପଞ୍ଚମ ବାର୍ଷିକ ବାଇଦେଇ ମହୋତ୍ସବ ଉଦଯାପିତ 

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ଗଡ ଅମରପ୍ରସାଦ ସ୍ଥିତ ଶାଇ ମନ୍ଦିର ଠାରେ ଆୟୋଜିତ ପଞ୍ଚମ ବାର୍ଷିକ ମାବାଇଦେଇ ମହୋତ୍ସବ ଉଦଯାପିତ ହୋଇଯାଇଛି ।ଗତ ୧୩ ତାରିଖରେ ଅଷ୍ଟପ୍ରହର ନାମଯଜ୍ଞ ,୧୪ ତାରିଖରେ ବିଶ୍ଵଶାନ୍ତି ମହାଯଜ୍ଞ ,୧୫ ତାରିଖରେ ସାଇବାବା ଙ୍କ ପାଲିଙ୍କି ଶୋଭାଯାତ୍ରା, ଶେଷ ତିନି ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉଦଯାପନ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ କାକଟପୁର ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ,ମୁଖ୍ୟ ବକ୍ତା ଭାବେ ଜଙ୍ଗଲବୋରୀ ପଞ୍ଚାୟତ ର ପୂର୍ବତନ ସରପଂଚ ପ୍ରଣୟ କୁମାର ସାହୁ ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରୁଣ କୁମାର ସାହୁ ,ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ ,କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ , ସଞ୍ଜୀବ ସାହୁ ,ଲିନୁ ମିଶ୍ର ,ପ୍ରମୁଖ ଯୋଗ ଦେଇଥିଲେ ।ମା ବାଇଦେଇ ମହୋତ୍ସବ କମିଟି ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଓ ସମସ୍ତ ସଦସ୍ୟ ଙ୍କ ସହଯୋଗରେ ତିନି ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମନ ମୋହନ ଶର୍ମା ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।ଏହି ଉତ୍ସବ ରେ ହଜାର ହଜାର ଭକ୍ତ ଯୋଗ ଦେଇଥିବା ବେଳେ ପ୍ରତ୍ୟେକ ଦିନ ଭକ୍ତ ମାନଙ୍କୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ଶିକ୍ଷାବିତ ତ୍ରିଲୋଚନ କର ତିନି ଦିନ ବ୍ୟାପି ଉତ୍ସବ ରେ ସଭାପତିତ୍ବ କରିଥିଲେ ।ଏହି ଅବସରରେ ଅସ୍ତରଙ୍ଗ , ଗୋପ, କାକଟପୁର ,ଚାରିଛକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା । ଶେଷ ସଂଧ୍ୟା ରେ ପିପିଲି ହରିପୁର ର ଆଦିତ୍ୟ ଡାନ୍ସ ଗ୍ରୁପ, ଭୁବନେଶ୍ଵର ର ମନ୍ଦାକିନି ଜେନା ଓ ତାଙ୍କ ଗ୍ରୁପ ଙ୍କ ଦ୍ଵାରା ନୃତ୍ୟ, ଗୀତ ପରିବେଷଣ କରାଯାଇଥିବା ବେଳେ ଚଳଚ୍ଚିତ୍ର ହାସ୍ୟଭିନେତା ଗୁଡୁ ଦର୍ଶକ ଙ୍କ ମନୋରଞ୍ଜନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ