ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୧୩୩ ଜଣ ଛାତ୍ରଛାତ୍ରୀ
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ବୁଗୁଡା ପିପୁଲସ ହାଇ ସ୍କୁଲରେ ସେପ୍ଟେମ୍ବର ୮ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ମୋଟ ୧୩୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୩ ଜଣ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଇଥିବା ବେଳେ ୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି କାର୍ଯ୍ୟ ସମାପନ କରିଥିଲେ। ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡ ଭାବେ ତାଳସାକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ନିଯୁକ୍ତି ପାଇ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ପରିଚାଳନା କରିଥିଲେ। ସମସ୍ତ ସିଆରସିସି ପରୀକ୍ଷା ଗୃହରେ ନିରୀକ୍ଷକ ଭାବେ କାର୍ଯ୍ୟ ପରିଚାଳନା କରିଥିଲେ।