ପଞ୍ଚଶଖାଙ୍କ ସାମାଧିପୀଠ ସଜାଡିବା ପାଇଁ ଅଣ୍ଟା ଭିଡିଛି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ

ସତ୍ୟବାଦୀ,(ଯୁଗାବ୍ଦ ନ୍ୟୁଜ୍) : ପଞ୍ଚସଖାଙ୍କ ସମାଧିପୀଠ ମଦୁଆଙ୍କ ଆଡ୍ଡା ସ୍ଥଳି ପାଲଟିଥିବାବେଳେ ଅସୁରକ୍ଷିତ ଓ ଅପରିଷ୍କାର ଅବସ୍ଥ୍ାରେ ପଡିରହିଛି ପଞ୍ଚସଖାଙ୍କ ସମାଧିପୀଠ । ଏହି ଅସଜଡା ପୀଠକୁ ସଜାଡିବା ପାଇଁ ଅଣ୍ଟା ଭିଡିଛି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ । । ମହାପୁରୁଷ ଙ୍କ ୁ ସମ୍ମାନ ଜଣାଇ ପଞ୍ଚସଖା ପୀଠ ସଫେଇ କରିବା ସହ ସତ୍ୟବାଦୀର ପଞ୍ଚସଖା ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ଆ•ର୍ଯ୍ୟ ହରିହର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସମାଧିପୀଠରେ ସଫେଇ କାର୍ଯ୍ୟ କରାଯାଇଛି । ସମଗ୍ର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରାଯିବା ସହ ବୃକ୍ଷରୋପଣ କରାଯାଇଛି । ଏହି ଅବସରରେ ପଞ୍ଚସଖାଙ୍କ ସ୍ମୃତି•ରଣ ସହ ବିଶିଷ୍ଟ ଭାଷାପ୍ରାଣ କାଳୀଚରଣ ପଟ୍ଟନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ମଧ୍ୟ ଏଠାରେ ପାଳନ କରାଯାଇଛି । ଅଭିଯାନର ଶତାଧିକ ସଦସ୍ୟ ସକାଳୁ ଭୁବନେଶ୍ୱରରୁ ବାହାରି ସତ୍ୟବାଦୀ ଯାଇଥିଲେ । ସ୍ୱର୍ଗତ କାଳୀଚରଣଙ୍କ ଦ୍ୱାରା ପ୍ରତିଷ୍ଠିତ ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ । ଅଭିଯାନର ଶତାଧିକ ସଦସ୍ୟଙ୍କ ସହ ବିଜୁ ପଟ୍ଟନାୟକ ସାମ୍ବାଦିକତା ମହାବିଦ୍ୟାଳୟର ଅଧ୍ୟକ୍ଷ ସୀତାବଲ୍ଲଭ ମହାପାତ୍ର, ଛାତ୍ରଛାତ୍ରୀ, ବକୁଳବନ ସୁରକ୍ଷା ପରିଷଦର ସତ୍ୟବାଦୀ ଦାଶ, ହାପି କର, ଦେବାଶିଷ ମିଶ୍ର, ସଞ୍ଜୀବ ପଣ୍ଡା, ଡ. ଅସିତ ଦାସ, ନାରାୟଣ ଖୁଣ୍ଟିଆ, ଅଲେଖ ଜେନା, ଳକ୍ଷ୍ମଣ ଦାସ, ଶରତ ରାଉତ, ବିନ୍ଦାସ ଚିନୁ, ସୀତାଂଶୁ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତି ରବିବାର ମହାପୁରୁଷଙ୍କ ସ୍ମୃତିପୀଠରେ ସଫେଇ କାର୍ଯ୍ୟ କରୁଛି ପୂଜ୍ୟପୂଜା ସାଂସ୍କୃତିକ ସୁରକ୍ଷା ଅଭିଯାନ । ପଞ୍ଚସଖାଙ୍କ ସାଧନାପୀଠ ବକୁଳବନର ସୁରକ୍ଷା ଦିଗରେ ସରକାର ଉଦାସୀନ ଥିବାରୁ ଅଭିଯାନ ଏ ଦିଗରେ ପ୍ରୟାସ ଜାରି ରଖିବ ବୋଲି ଏହାର ସଂଯୋଜକ କିଶନ ବରାଇ ଓ ନାରାୟଣ ଚନ୍ଦ୍ର ଓଝା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ