ପଞ୍ଚାୟତକୁ କରେନାକୁ ପ୍ରବେଶ କରାଇ ନଦେବାକୁ ସରପଞ୍ଚଙ୍କ ସପଥ

ହାଟଡ଼ିହି,(ଓ୍ବାଇଏନ୍ଏସ୍):କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାର ଆସନ୍ତା ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେବାପରେ ଆଜି ଭିସି ମାଧ୍ୟମରେ ସରପଞ୍ଚ ମାନଙ୍କ ସହିତ କଥା ହୋଇଛନ୍ତି । ଆଜି ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମରେ ବ୍ଲକର ୩୧ଟି ଯାକ ପଞ୍ଚାୟତର ସରପଞ୍ଚ ମାନେ ଯୋଗଦେଇ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସିଧା ସଳଖ ଆଲୋଚନାରେ ଅଂଶ ଗ୍ରହଣ କରିବାପରେ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତରେ କରୋନା ମହାମାରୀକୁ ପୁରାଇ ନଦେବାକୁ ସପଥ ନେଇଥିଲେ । ଏପରିକି ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଲୋକଙ୍କ ନାମପଞ୍ଜିକୃତ କରାଇବା ସହିତ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖି ସେମାନଙ୍କ ଖାଇବା ପିଇବାର ସମସ୍ତ ଦାୟିତ୍ୱ ସୁଚାରୁରୁପେ ବୁଝିବାକୁ ସପଥ ନେଇଥିଲେ । ଏଥିରେ ବିଡିଓ ଜୟଦେବ ଦାସଙ୍କ ସହିତ ସହକାରୀଯନ୍ତ୍ରୀ ସୁକାନ୍ତ କୁମାର ନାୟକ, ଜିପିଓ ନବୀନ ଚନ୍ଦ୍ର ନାୟକ, ସରପଞ୍ଚ ବିମ୍ବାଧର ବିଶ୍ୱାଳ, ଚମ୍ପାବତୀ ପୁହାଣ, କୌଶଲ୍ୟା ସେଠୀ, ପତିତ ପାବନ ନନ୍ଦ, ଅନୁସୁୟା ସେଠୀ, ଅମରେନ୍ଦ୍ର ଧଳ, ଶ୍ରୀଧର ବେହେରା, ହିସି ହେମ୍ରମ, ସ୍ୱର୍ଣ୍ଣପ୍ରଭା ଜେନା, ଅନିରୁଦ୍ଧ ବେହେରା, ପ୍ରତିଭା ନାୟକ, କାବେରୀ ସାହୁ, ସୁପ୍ରଭା ରାଉତ, ଜୟନ୍ତୀ ସାମଲ, ଅନ୍ନପୁର୍ଣ୍ଣା ରାଉତ, ଅଶୋକ ଜେନା, ଅନୁସୁୟା ବେହେରା, ନିରୁପମା ପାତ୍ର, ଆନନ୍ଦ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ଦାସ, ଆନନ୍ଦ ଦେହୁରୀ ଙ୍କ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ରହି ସପଥପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ