ପଞ୍ଚାୟତରାଜ ଦିବସରେ କୁଲାଡ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍ର କୁଲାଡ ଗ୍ରାମପଞ୍ଚାୟତ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଛି। ଗତ ପଞ୍ଚାୟତରାଜ ଦିବସରେ ଭୂବନେଶ୍ବର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ କୁଲାଡ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ପଞ୍ଚାୟତକୁ ସଶକ୍ତ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ କୁଲାଡ ପଞ୍ଚାୟତ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ କରାଯାଇଛି। କୁଲାଡ ସରପଞ୍ଚ ସଂଯୁକ୍ତା ରାଜୁ ଏବଂ ପ୍ରତିନିଧି ରାଜୀବ ରାଜୁ,ପିଇଓ ଜୟନ୍ତୀ ବେହେରା ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବିଶେଷ କରି ପଞ୍ଚାୟତରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ସାମାଜିକ ସୁରକ୍ଷା କ୍ଷେତ୍ରରେ କୁଲାଡ ପଞ୍ଚାୟତର ଉତ୍ତର ପ୍ରଦର୍ଶନ ରହିଥିଲା। ଗତକାଲି ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦିପ ଅମାତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା,ପଞ୍ଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀ,ସୂଚନା ଓ ଲୋକ ସଂର୍ପକ ସଚିବ ସଂଜୟ ସିଂ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏଭଳି ରାଜ୍ୟ ସ୍ତରରେ କୁଲାଡ ପଞ୍ଚାୟତ ପୁରସ୍କୃତ ହୋଇଥିବାରୁ ବିଡ଼ିଓ ଶଶୀଭୂଷଣ ମହାପାତ୍ର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗମୀ ଦିନରେ ଏହା ଅନ୍ୟ ମାନଙ୍କ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି।


