ପଞ୍ଚାୟତରେ କୋଭିଡ଼ ପରିଚାଳନା ତାଲିମ ଶିବିର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗ୍ରାମାଞ୍ଚଳ ଗୁଡ଼ିକରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିିଜୟ ଅମୃତ କୁଲାଙ୍ଗେ ଗୁରୁତ୍ୱାରୋପ କରିଛନ୍ତି । ଏଭଳି କ୍ଷେତ୍ରରେ ଜିଲ୍ଲାପାଳ, ପଂଚାୟତର ସରପଂଚ, ସମିତିସଭ୍ୟ/ସଭ୍ୟା ୱାର୍ଡ଼ ସଭ୍ୟ/ ସଭ୍ୟା ଓ ଜନ ପ୍ରତିନିଧି ମାନଙ୍କ ସହଯୋଗ ଲୋଡି଼ଛନ୍ତି । ପ୍ରତ୍ୟେକ ପଂଚାୟତରେ କୋଭିଡ଼ ମନିଟରିଂ କରିବା ପାଇଁ ପ୍ରତ୍ୟେକ ପଂଚାୟତରେ ୱାଡ଼ଁ କମିଟି ଗଠନ ସହ ହ୍ୱାଟସଅଫ୍ ଗୃପ ଗଠନ କରିବାକୁ ସରପଂଚ ମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ ପଂଚାୟତରେ କୋଭିଡ଼ ପରିଚାଳନା ସଭା କରାଯାଇ ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ସଂକ୍ରମଣକୁ କିପରି ପ୍ରତିହିତ କରାଯାଇ ପାରିବ ସେ ନେଇ ତାଲିମ ପ୍ରଦାନ ସକାଶେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ସ୍ଥାନୀୟ ବ୍ଳକ ଖରିଡ଼ା ପଂଚାୟତ ବହୁମୂଖୀ ବନ୍ୟା ଆଶ୍ରୟସ୍ଥଳୀ କେନ୍ଦ୍ରରେ ନୋଡ଼ାଲ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ବିଡ଼ିଓ ପ୍ରସନ କୁମାର ପାତ୍ର, ତହସିଲଦାର ଗୋପିନାଥ କୁଅଁର ଯୋଗଦେଇ ପରିଚାଳନା ପ୍ରସ୍ତୁତି ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସଂପୃକ୍ତ ପଂଚାୟତର ୧୪ଟି ୱାର୍ଡ଼ରେ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ୱାର୍ଡ଼ରେ ଜଣେ ଲେଖାଏଁ କୋଭିଡ଼ ମନିଟରଙ୍କ ସହ ୫ ଜଣ ସଭ୍ୟ ରହିବେ । ପ୍ରତ୍ୟେକ ୱାର୍ଡ଼ରେ ଅଙ୍ଗନୱାଡ଼ି, ଆଶା, ସ୍ୱଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକାଙ୍କୁ ନେଇ କମିଟି ଗଠନ କରାଯାଇଛି । କରୋନାର ମୁକାବିଲା କରିବା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ଏହାର ସାଧନା, ସଂକ୍ରମଣରୁ ରକ୍ଷା ପାଇବାର ବ୍ୟବସ୍ଥା ଓ ପ୍ରତିକାର ବ୍ୟବସ୍ଥା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଆୟୋଜିତ ତାଲିମ ଶିବିରରେ ସରଂପଚ ରଘୁନାଥ ବେହେରା, ମନୋଜ ପ୍ରଧାନ, ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ଅଙ୍ଗନୱାଡ଼ି, ଆଶା କର୍ମୀ ଓ ବିଭିନ୍ନ ସ୍ୱଂୟ ସହାୟିକା ଗୋଷ୍ଟରୀ ସଭ୍ୟା ମାନେ ଉପସ୍ଥିତ ଥିତଲେ । ଅନୁରୂପ ଭାବେ ସ୍ଥାନୀୟ ବ୍ଳକ ପୁଟିଆପଦର, ଦୁର୍ବନ୍ଧ, ସିକିରି, ମକରଝୋଳ, ଦୟାପଲ୍ଲୀ, ଦାରୁଭଦ୍ରା, ଶାସନ ଆମ୍ବଗାଁ, ଗଣ୍ଡଳା ଆସି ପଂଚାୟତ ଗୁଡ଼ିକରେ କୋଭିଡ଼ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।