ପଞ୍ଚାୟତରେ ଜମା ହେଉଛି ଏନଏସି ଆବର୍ଜନା : ଆଇନର ଆଶ୍ରୟ ଓ ଆନ୍ଦୋଳନ ପାଇଁ ସଜବାଜ।

ବୁଗୁଡା, (ଅନିଲ ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଆବର୍ଜନା ମାଣିତରା ଓ ଶଙ୍କୁରୁ ଗ୍ରାମ ପଞ୍ଚାୟତ ଅଞ୍ଚଳ ମଧ୍ୟରେ ରାସ୍ତାକଡରେ ଜମା କରିବା ଯୋଗୁଁ ମାଣିତରା ଗ୍ରାମ ପଞ୍ଚାୟତ ଆଇନର ଆଶ୍ରୟ ନେବାକୁ ପ୍ରକାଶ କରିବା ସହ ଦୁଇ ଗ୍ରାମ ପଞ୍ଚାୟତର ଜନସାଧାରଣ ବଡଧରଣର ଜନ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି। ଗୁରୁବାର ଦିନ ମାଣିତରା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବାବୁଲ ନାୟକ, ସମିତି ସଭ୍ୟାଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଓ ୪୨ ନମ୍ବର ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ତିନିଜଣ ଏକତ୍ରୀତ ହୋଇ ଏକ ସାମ୍ବାଦିକ ସମ୍ମିଳନୀ କରି ବୁଗୁଡା ଏନଏସି ର ଆବର୍ଜନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ଗ୍ରାମରେ ଜମାକରିବା ଦ୍ୱରା ପରିବେଶ ଦୂଷିତ ହୋଇ ଦୁର୍ଗନ୍ଧ ବାୟୁ ନଗୁଡୁ ଗ୍ରାମକୁ ଯିବାଯୋଗୁଁ ନାନାପ୍ରକାର ରୋଗ ଆଶଙ୍କା ଥିବା ଅଭିଯୋଗ ଆଣିବା ସହ ମାଣିତରା ଗ୍ରାମ ପଞ୍ଚାୟତ ଉପରେ ବୁଗୁଡା ଏନଏସି ଦାଦାଗିରି ଦେଖାଇବା ସଦୃଶ୍ୟ ଜୋର ଜବରଦସ୍ତ ଆବର୍ଜନା ଜମାକରୁଥିବା ଅଭିଯୋଗ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ସରପଞ୍ଚମାନେ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ବୋଲି ପ୍ରକାଶ କରିଥିବା ବେଳେ ସରପଞ୍ଚଙ୍କ ଅନୁମତି ନନେଇ ଏନଏସି ର ଆବର୍ଜନା ମାଣିତରା ପଞ୍ଚାୟତରେ ଦାଦାଗିରି ସଦୃଶ୍ୟ ଜୋର ଜରବଦସ୍ତି ପକାଉଥିବା ଯୋଗୁଁ ଆଇନର ଆଶ୍ରୟ ନେବାସହ ଜନଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏଥିସହ ଦୁଇ ଗ୍ରାମ ପଞ୍ଚାୟତର ବୁଦ୍ଧିଜୀବୀ ମାନେ ମଧ୍ୟ ଏନଏସି ର ଆବର୍ଜନା ଜମା କରିବା କାର୍ଯ୍ୟକୁ ଦୃଢ଼ ବିରୋଧ କରିବା ସହ ଆନ୍ଦୋଳନ କରାଯିବ ବୋଲି ପ୍ରକାଶ କରିଛନ୍ତି। ବୁଗୁଡା ଏନଏସି ଯଦି ତୁରନ୍ତ ମାଣିତରା ଓ ଶଙ୍କୁରୁ ପଞ୍ଚାୟତରେ ଆବର୍ଜନା ପକାଇବ ବନ୍ଦ ନକରନ୍ତି ତେବେ ଭବିଷ୍ୟତରେ ଜନଆନ୍ଦୋଳନ ବେଳେ ଯଦି କୌଣସି ପ୍ରକାର ଅପ୍ରତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ବୁଗୁଡା ଏନଏସି ପ୍ରଶାସନ ହିଁ ଦାୟୀ ରହିବେ ବୋଲି କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ