ପଞ୍ଚାୟତରେ ଦୁଇ ଜିଲ୍ଲା ପରିଷଦ ପ୍ରାର୍ଥୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ଆସନ୍ତା ଫେବୃଆରୀ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ନିଜ ସପକ୍ଷରେ ନିର୍ବାଚନ ପ୍ରଚାର ଜୋରଦାର କରିଥିବା ଦେଖା ଦେଇଛି । ଫେବୃଆରୀ ୧୨ ତାରିଖ ଦିନ ବୁଗୁଡା ବ୍ଲକର ୪୨ ନମ୍ବର ଜୋନରେ ଦୁଇ ରାଜନୈତିକ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଦ୍ୱୟ ନିଜ ଦଳର ସମର୍ଥୀତ ସମିତି ସଭ୍ୟା/ସଭ୍ୟ ଓ ସରପଞ୍ଚଙ୍କ ପାଇଁ ପ୍ରଚାର କରିଥିଲେ। ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଗଙ୍ଗାପାଣି ଜେନା ଏବଂ ବିଜେଡି ସମର୍ଥୀତ ସମିତି ସଭ୍ୟା ପ୍ରାର୍ଥୀନୀ ଶାନ୍ତିଲତା ନାୟକ ଓ ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରା ମାଣିତରା ପଞ୍ଚାୟତ ରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଜିଲ୍ଲା ପରିଷଦ ପ୍ରାର୍ଥୀ ଗଙ୍ଗାପାଣି ଜେନା ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିବା ବେଳେ ସମିତି ସଭ୍ୟା ପ୍ରାର୍ଥୀନୀ ଶାନ୍ତିଲତା ନାୟକ ତାଲା ଓ ଚାବି ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ ସେହିପରି ସରପଞ୍ଚ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ପ୍ରଧାନ ଖୋଲାବହି ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଭୋଟ ଭିକ୍ଷା ବେଳେ ଶ୍ରୀ ଜେନା, ଶ୍ରୀମତୀ ନାୟକ ଓ ଶ୍ରୀ ପ୍ରଧାନଙ୍କୁ ବିପୁଳ ଜନସମର୍ଥନ ଓ ସମ୍ବର୍ଦ୍ଧନା ମିଳିଥିବା ଦେଖିବାକୁ ମିଳିଥିଲା । ଏମାନଙ୍କ ସହ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ(ବଡ ବାପ), ପୂର୍ବତନ ସମିତି ସଭ୍ୟ ସୀମାଞ୍ଚଳ ପ୍ରଧାନ, ଗୋପାଳ କୃଷ୍ଣ ମହାରଣା, ବବୁଲ ନାୟକ, ପ୍ରଫୁଲ କୁମାର ପଣ୍ଡା, ସୁମନ୍ତ ସାମଲ, ସ୍ୱରୂପ ସୁମନ ମହାରଣା, ପ୍ରଭାତ କୁମାର ପ୍ରଧାନ, ବିଭୁତି ଭୂଷଣ ପ୍ରଧାନ, ଦେବେନ୍ଦ୍ର ଜେନାଙ୍କ ସମେତ ବହୁ ସକ୍ରିୟ କର୍ମୀ ଓ ମାଣିତରା ଅଟୋ ସଂଘ ସଦସ୍ୟ ବୃନ୍ଦ ନିର୍ବାଚନ ପ୍ରଚାରରେ ଅଂଶ ଗ୍ରହଣ କରିଥିଲେ। ବିଜେପି ପକ୍ଷରୁ ମଧ୍ୟ ମାଣିତରାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ପଥପ୍ରାନ୍ତ ସଭାରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ଭୂୟାଁଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବା ସହ ବିଜେପି ସମର୍ଥୀତ ସରପଞ୍ଚ ପ୍ରାର୍ଥୀ ଭାସ୍କର ସେଠୀ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବିଜେପି ନେତ୍ରୀ ଜୟନ୍ତୀ ପଢ଼ିଆରୀ ଓ ଗୌରହରି ପ୍ରଧାନ, ତ୍ରିନାଥ ଗୌଡ଼ ପ୍ରମୁଖ ନିବେଦନ କରିଥିଲେ ।