ପଞ୍ଚାୟତରେ ବିଜେଡିର ପ୍ରଚାର ଯୋରଦାର
ହାଟଡିହି, (ବିକାଶ ବିଶ୍ୱାଳ) :ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଗାଁ ଦାଣ୍ଡରେ ପ୍ରାର୍ଥୀ ମାନଙ୍କ ପ୍ରଚାର ସେତିକି ଯୋର ଧରୁଛି । ପ୍ରାର୍ଥୀମାନେ ଘରଘର ବୁଲି ପ୍ରଚାର କରିବାପରେ ଏବେ ରୋଡ ସୋକୁ ପ୍ରଚାରକୁ ଆସିଲେଣି । ଆଜି ହାଟଡିହି ବ୍ଲକ ୩୭ନଂ ଜୋନ ଡଅଁର ଗ୍ରାମରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ ରୋଡ ରାଲି ମାଦ୍ୟମରେ ଯୋରଦାର ପ୍ରଚାର କରିଛନ୍ତି । ତାଙ୍କର ଶତାଧିକ ସମର୍ଥକ ମାନେ ଏହି ରାଲିରେ ସାମିଲ ହୋଇ ବିଜେଡିକୁ ବିପୁଳ ସଂଖ୍ୟାରେ ବିଜୟ କରାଇବା ଳାଗି ଲୋକମାନଙ୍କୁ ନିବେଦନ କରିଛନ୍ତି । ବିଶେଷକରି ନବୀନ ବାବୁଙ୍କ ବିଭିନ୍ନ ଜନହୀତକର ଯୋଜନାର ସଫଳ ରୁପାୟନ ହୋଇପାରିଥିବାରୁ ଗାଁ ଗଣ୍ଡାର ବିକାଶ ସମ୍ଭବ ହୋଇପାରି ଥିବାରୁ ଚଳିତ ନିର୍ବାଚନରେ ପୁନର୍ବାର ବିଜେଡି ଉପରେ ଆସ୍ଥା ପ୍ରକଟ କରିବାଲାଗି ବିଜେଡି ପ୍ରାର୍ଥୀ ବିମ୍ବାଧର ବିଶ୍ୱାଳ ନିବେଦନ କରିଛନ୍ତି । ଏହି ଅବସରରେ ଅନେକ କଂଗ୍ରେସ କର୍ମୀ ନବୀନ ବାବୁଙ୍କୁ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଓ ବିମ୍ବାଧର ବିଶ୍ୱାଳଙ୍କ ନେତୃତ୍ୱକୁ ସମର୍ଥନ କରି ବିଜେଡିରେ ସାମିଲ ହୋଇଥିଲେ । ବିମ୍ବାଧର ବିଶ୍ୱାଳ ସେମାନଙ୍କୁ ବିଜେଡି ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ତାଙ୍କ ସହିତ ଡଅଁର ପଞ୍ଚାୟତର ବରିଷ୍ଠ ବିଜେଡି ନେତା ରଞ୍ଜନ ପହି, ପ୍ରତାପ ଦେଓ, କିଶୋର ଜେନା, ଦିବ୍ୟ ରଞ୍ଜନ ଜେନା, ପାର୍ଥସାରଥି ପରିଡା, ପ୍ରୀତମ ଦେଓ, ଅମିତ ଦାସ, ଶୁଭଙ୍କର ଜେନା, ଜଗନ୍ନାଥ ନାୟକ, ବିଷ୍ମୟ ଜେନା, ମନୋଜ ବେହେରା, ହିମାଶୁଂ ଶେଖର ଦେଓ, ଅକ୍ଷୟ ଜେନା, ଗୀତୀମୟ ବେହେରା, ପଙ୍କଜ କୁମାର ଜେନା, ସୁଧିର ଜେନାଙ୍କ ସମେତ ଶତାଧିକ କର୍ମୀ ସାମିଲ ହୋଇଥିଲେ ।


