ପଞ୍ଚାୟତରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ
ବାଲେଶ୍ବର, (ସରୋଜ ପଣ୍ଡା):ବାଲେଶ୍ବର ସଦର ବ୍ଲକ ସାର୍ଥା ପଞ୍ଚାୟତରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଏବଂ ବ୍ରଜମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ବାଲେଶ୍ବର ସଦର ବିଧାୟକ ଶ୍ରୀଯୁକ୍ତ ସ୍ବରୂପ କୁମାର ଦାସ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ବର ଓଡିଶା ମୋ ପରିବାର ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ଦାସ ମଙ୍ଗରାଜ,ବିଜେଡି ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା,ସଦର ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ସେକ ଅନସର,ଯୁବ ଜୋନାଲ ସାଧାରଣ ସମ୍ପାଦକ ଧିରେନ ନାୟକ,ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ସଂଗ୍ରାମ ମଲ୍ଲିକ,ସାର୍ଥା ସରପଞ୍ଚ ଧନଞ୍ଜୟ ପାତ୍ର,ସମିତି ସଭ୍ୟ ମନରଞ୍ଜନ ଦଳେଇ,ବିଜେଡି ସଦର ବ୍ଲକ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଜେନା,ବିଜେଡି ଜିଲ୍ଲା ଯୁଗ୍ମ ସମ୍ପାଦକ ସଞ୍ଜୀବ ମଣ୍ଡଳ,ଆଳୁମେଦା ପଞ୍ଚାୟତ ସରପଞ୍ଚ ମମତା ଜେନା,ଛାନିଆ ସରପଞ୍ଚ ପ୍ରମିଳା ସେଠୀ ,କୁରାଢିଆ ସମିତିସଭ୍ୟ ରାଜକିଶୋର ମହାଳିକ,ସୁଜିତ ପଣ୍ଡା,ଲକ୍ଷ୍ମୀକାନ୍ତ ଜେନା,ନିରଞ୍ଜନ ଗିରି,ତରଣୀ ସେନ ଜେନା,ବିକାଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିବାବେଳେ ବ୍ରଜମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।ଏହି ଶିବିରରେ ମୋଟ ୧୫୧ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଖିରୋଦ କୁମାର ପାଲ,ଟେକନିସିଆନ ବିଜୟ କୁମାର ପଟ୍ଟନାୟକ,ଅକ୍ଷୟ କୁମାର ଜେନା,ବସନ୍ତ କୁମାର ଜେନା, ରାଜେଶ କୁମାର ମିଶ୍ର,ଜ୍ୟୋତ୍ସ୍ନାରାଣୀ ସ୍ବାଇଁ, ଅଜୟ କୁମାର ମହାପାତ୍ର,ବିଦ୍ୟାଧର ସାହୁ,ସନ୍ତୋଷ କୁମାର ଜେନା ପ୍ରମୁଖ ପରିଚାଳନା କରିଥିଲେ।


