ପଞ୍ଚାୟତର ଚାରି ଗ୍ରାମ ରେ ବିଧାୟକଙ୍କ ସମୀକ୍ଷା

ବୁଗୁଡା,(ଅନିଲ କୁମାର ମହାରଣା):ବୁଧବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଓ ବୁଗୁଡା ବ୍ଲକର ଅରଖପୁର, ପୋଚାଲୁଣ୍ଡି ଓ ଏ.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତକୁ ଯାଇ ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି। ପ୍ରଥମେ ମନ୍ଦାର ପଞ୍ଚାୟତକୁ ଯାଇ ସରପଞ୍ଚ କାଳୀ ଚରଣ ନାୟକ ଓ ଅନ୍ୟାନ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ଦେବାସହ ଲକ ଡାଉନ ପାଇଁ ସରକାର ପ୍ରଦାନ କରିଥିବା ସହାୟତା ଟଙ୍କା ସଠିକ ମିଳିଛି ନା ନାହିଁ ବୁଝିଥିଲେ। ଏହା ପରେ ଅରଖପୁର ପଞ୍ଚାୟତରେ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ସରପଞ୍ଚ ଓ ଜନସାଧାରଣଙ୍କ ସହ ଆର୍ଥିକ ସହାୟତା ପ୍ରାପ୍ତି ବିଷୟ ବୁଝିଥିଲେ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେଇଥିଲେ। ପୋଚାଲୁଣ୍ଡି ପଞ୍ଚାୟତରେ ସରପଞ୍ଚ ବିଜୁଳି ଜେନା ଓ ସମିତି ସଭ୍ୟା ପ୍ରତିନିଧି ବିକ୍ରମ ଜେନା ଏବଂ ଏ.କରଡ଼ାବାଡ଼ି ପଞ୍ଚାୟତରେ ସରପଞ୍ଚ ଖଦାଳ ପ୍ରଧାନ,ଓ ସମିତି ସଭ୍ୟ ଅଶୋକ କୁମାର ଡ଼ାଙ୍ଗୁଆ ଙ୍କ ସହ ଉଭୟ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସଙ୍ଗରୋଧ ଗୃହ ବିଷୟରେ ଆଲୋଚନା କରିବା ସହ ପରାମର୍ଶ ଦେଇଥିଲେ।ଉଭୟ ପଞ୍ଚାୟତରେ ଜନସାଧାରଣଙ୍କୁ ଭେଟି କରୋନାରୁ ରକ୍ଷା ପାଇଁ ସରକାରଙ୍କ ସମସ୍ତ ନିୟମ ମାନିବାକୁ ପରାମର୍ଶ ଦେବାସହ ସରକାର ପ୍ରଦାନ କରିଥିବା ଆର୍ଥିକ ସହାୟତା ବିଷୟରେ ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ