ପଞ୍ଚାୟତର ଲୋକପ୍ରତିନିଧିଙ୍କୁ ସଚେତନତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୭ ତାରିଖ ଠାରୁ ବୁଗୁଡା ବ୍ଲକରେ ପଞ୍ଚାୟତ ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ଅରଖପୁର, ଅନ୍ତରପଡା, ଏ.କରଡ଼ାବାଡ଼ି, ବାଲିପଦର ଓ ବି.କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ସକ୍ରିୟ ୱାର୍ଡ଼ ମେମ୍ବର, ଜଣେ ସକ୍ରିୟ ମିଶନ ଶକ୍ତି ମହିଳା ପ୍ରଭୃତିଙ୍କୁ ନେଇ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ବୁଗୁଡା ବିଡ଼ିଓ ବାସୁଦେବ ନାୟକଙ୍କ ଅଧ୍ୟକ୍ଷତାରେ ତାଲିମ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜିପିଓ ମନୋଜ କୁମାର ସାହୁ ତାଲିମଦାତା ଭାବେ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ପ୍ରାଞ୍ଜଳ ଭାବେ ଆଲୋକପାତ କରିଥିଲେ। ଆସନ୍ତା କାଲି ମଧ୍ୟ ୪ ଟି ଗ୍ରାମ ପଞ୍ଚାୟତର ଲୋକପ୍ରତିନିଧି ଓ କର୍ମଚାରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ