ପଞ୍ଚାୟତର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ନିର୍ବାଚିତ ପ୍ରତିନିଧି

ହାଟଡିହି, (ବିକାଶ ବିଶ୍ୱାଳ ) : ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟିଛନ୍ତି ବଡରମ୍ପାସ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି । ହାଟଡିହି ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେବି ତାହାର ସେତେଟା ଗୁରୁତ୍ୱ ନଥିବା ପରି ଲାଗିଥିଲା । ତେଣୁ ଆଜି ସରପଞ୍ଚ ରବିନ୍ଦ୍ର କୁମାର ଜେନା, ସମିତିସଭ୍ୟ ବାବନ ସେଠୀ, ଯୁବନେତା ବଳରାମ ସାହୁ, ନବ ନିର୍ବାଚିତ ସମବାୟ ସମିତି ସଭାପତି ନିରଞ୍ଜନ ସାହୁ, ସମିତିର ନିଦେ୍ର୍ଦଶକ ନାରାୟଣ ସାହୁ, ସନ୍ତୋଷ କୁମାର ଜେନା, ପଞ୍ଚାୟତ କମିଟି ସଦସ୍ୟ ଶ୍ରୀଧର ସାହୁଙ୍କ ସମେତ ଅନେକ ସଦସ୍ୟ ଆଜି ଜିଲ୍ଲାପାଳଙ୍କୁ ଭେଟି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସେଥିରେ ବଡରମ୍ପାସ ଠାରେ ନିର୍ମାଣ ହେଉଥିବା ଗ୍ରାମୀଣ ପାର୍କର ଉନ୍ନତି କରଣ, ପଞ୍ଚାୟତର ଆଦର୍ଶ ପୋଖରୀ ନିର୍ମାଣ, ରମ୍ପାସ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ, ଜପିଦାସ ସରକାରୀ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନିଯୁକ୍ତି, ନୁତନ ପଶୁଧନ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିର୍ମାଣ, ବଡରମ୍ପାସ ଠାରେ ଥିବା ଆୟୁର୍ବେଦିକ ଡାକ୍ତରଖାନାର ଗୃହ ନିର୍ମାଣ, ବଡରମ୍ପାସ ସେବା ସମବାୟ ସମିତିର ଗୋଦାମଗୃହ ନିର୍ମାଣ, ବଡରମ୍ପାସ ଅଙ୍ଗନବାଡି କେନ୍ଦ୍ର ୧ର ଗୃହ ନିର୍ମାଣ, ୟୁଜିଏମଇ ସ୍କୁଲର ନୁତନ ଶ୍ରେଣୀଗୃହ ନିର୍ମାଣ ଆଦି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇ ସେସବୁର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳ ସମସ୍ୟା ଗୁଡିକ ସମ୍ପର୍କରେ ଅବଗତ ହେବାପରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିବା ସରପଞ୍ଚ ରବିନ୍ଦ୍ର ଜେନା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ