ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ ଓ ଦୁର୍ନୀତି ମୁକ୍ତ ରଖିବା ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଜେପିର ଜିଲ୍ଲା ପଞ୍ଚାୟତିରାଜ ପ୍ରଶିକ୍ଷଣ ଶିବିର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ବିନୀ ଚୌବେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସାରା ଭାରତରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପଞ୍ଚାୟତର ପ୍ରତିନିଧିମାନଙ୍କୁ ନେଇ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି ବୋଲି କହିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ,ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ସଂଗଠକ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ବିଜେପି ପଞ୍ଚାୟତିରାଜ ପରିଷଦ ଆବାହକ ଶଙ୍କର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଭାଗ ନେଇଥିଲେ। ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଦଳ ସଫଳତା ନେଇ ରଣକୌଶଳ ପ୍ରସ୍ତୁତି, ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ ବାବଦରେ ଆସୁଥିବା ଅର୍ଥରାଶି ଗ୍ରାମ ସଭା ଓ ପଲ୍ଲୀ ସଭା ମାଧ୍ୟମରେ କରି ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନିମନ୍ତେ ସରକାରୀ ନିୟମ ଥିବା ବେଳେ ତାହା ରାଜ୍ୟ ସରକାରଙ୍କ ଦ୍ଵାରା କରାନଯିବା ଦୁର୍ନୀତିକୁ କିଭଳି ଭାବେ ପ୍ରଶୟ ଦେଉଛି ପଞ୍ଚାୟତିରାଜ ପ୍ରତିନିଧି ମାନଙ୍କୁ ଅବଗତ କରାଇବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଶିବିରରେ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ,ଯତୀନ ମହାନ୍ତି,ଶଙ୍କର ପରିଡା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ , ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ସ୍ୱାଇଁ ଓ ବରିଷ୍ଟ ନେତା ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ