ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ

କାମାକ୍ଷାନଗର ,(ଯୁଗାବ୍ଦ ନ୍ୟୁଜ୍) : କାମାକ୍ଷାନଗର କାନପୁରା ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ପୋଲିସ ପ୍ରଶାସନର ତତ୍ୱାବଧାନରେ ବାଳିକା ଆତ୍ମରକ୍ଷା କୈାଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧକ୍ଷତାରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିନୟ କୁମାର କାମିଲା, ମୁଖ୍ୟ ଅତିଥି ,କାମାକ୍ଷାଥାନା ଆଦର୍ଶ ଥାନା ଆଇଆଇସି ନିରଞ୍ଜନ ସେଠୀ , ଏସ୍ ଆଇ ପ୍ରିୟ ଦର୍ଶିନୀ ସେଠୀ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଷଡଙ୍ଗୀ ,ଓ ଚିତରଞ୍ଜନ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । । ବର୍ତ୍ତମାନ ସମୟରେ ଆତ୍ମରକ୍ଷା ପାଇଁ ନାରୀ ମାନଙ୍କୁ କିଛି କୈାଶଳ ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହା ସହ ଶରୀର ସୁସ୍ଥ ରଖିବା ସହ ଯୋଗ ପ୍ରାଣାୟାମ ଆଦିର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶିକ୍ଷକ ନିରଞ୍ଜନ ସାହୁ ଅତିଥି ମାନଙ୍କ ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହା ପରେ ବିଦ୍ୟାଳୟର ଖେଳ ପଡିଆରେ ଟାଇକୋଣ୍ଡାର କଳା ବେଲ୍ଟ ହାସଲ କରିଥିବା ପ୍ରଶିକ୍ଷକ ସୈାମ୍ୟରଞ୍ଜନ ବେଉରା ଓ ବିକାଶ ରଞ୍ଜନ ସାହୁ , ବିଦ୍ୟାର୍ଥୀ ମାନଙ୍କୁ ବ୍ୟ ।ୟାମ ଅଭ୍ୟାସ ସହ ବିପଦ ସମୟରେ ଆତ୍ମରକ୍ଷା ର କୈାଶଳ ଶିଖାଇଥିଲେ । ବିଦ୍ୟାଳୟର ଏନ.ସି.ସି ଅଫିସର ଧ୍ରୁବଚରଣ ସୁନ୍ଦରାୟ ,ସ୍କାଉଟ ୍ମାଷ୍ଟର ବାନାର୍ଜୀ ମହାନ୍ତି , ଜେ.ଆର.ସି କାଉନସିଲର ସୁରେଶ କୁମାର ବିଶ୍ୱାଳ ,ଗାଇଡ ସହାୟକ ଶିକ୍ଷୟତ୍ରୀ ସୁମିତ୍ରା ଜେନାଙ୍କ ସମେତ ସମସ୍ତ ଶିକ୍ଷକ , ଶିକ୍ଷୟତ୍ରୀ ଶିକ୍ଷାଧିକାରୀ ଏହି କାର୍ଯ୍ୟକାରୀ ଏହି କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ