ପଞ୍ଚାୟତ ଉନ୍ନୟନ କମିଟି ର ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଆଜି ଗୁମ୍ମା ବ୍ଲକରେ ପ୍ରଥମଥର ପାଇଁ ଗାଇବା ପଞ୍ଚାୟତ ରେ ପଞ୍ଚାୟତ ଉନ୍ନୟନ କମିଟି ର ବୈଠକ ଅନୁଷ୍ଠିତ ହୋଇଛି I ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀ ସ ଶ୍ରୀନିବାସ ରାଓ,ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ,ସ୍ଥାନୀୟ ସରପଞ୍ଚ , ସମିତି, ଓ ଗାଇବା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମ ରୁ ଲୋକମାନେ ଉପସ୍ଥିତ ଥିଲେ । ସମସ୍ତ ଗ୍ରାମରୁ ଆସିଥିବା ଲୋକମାନଙ୍କ ଅସୁବିଧା ଯାହାକି ରୋଡ଼, ପିଇବା ପାଣି, ଓ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକମାନେ ଉପସ୍ଥାପନ କରିଥିଲେ । ଏହି ସମସ୍ୟା ଗୁଡିକୁ ସମାଧାନ କରି ପଞ୍ଚାୟତ ଯେମିତି ଊନ୍ନତି ହୋଇପାରିବ ଏହି ବୈଠକରେ ଆଲୋଚନା ହୋଇଥିଲା I


