ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ର ୩୨ ଗୋଟି ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବଦଳି କରାଯାଇଛି । ବଦଳି ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଯଥାଶୀଘ୍ର ନିଜ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।କିନ୍ତୁ ସମବାୟ ନିର୍ବାଚନ ଚାରି ତାରିଖରେ ସରିବା ପରେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ବ୍ଲକ ରେ ଦାୟିତ୍ଵ ହସ୍ତାନ୍ତର କରି ଯିବେ ବୋଲି ଜଣାପଡିଛି । ନିମାପଡ଼ା ବ୍ଲକ ର ବଦଳି ହୋଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରୁ ତିନି ଜଣ ଙ୍କୁ କଣାସ ବ୍ଲକ,ଚାରି ଜଣଙ୍କୁ ପିପିଲି ବ୍ଲକ, ତିନି ଜଣ ଙ୍କୁ ସତ୍ୟବାଦୀ ବ୍ଲକ , ଦୁଇ ଜଣଙ୍କୁ ପୁରୀ ସଦର ବ୍ଲକ ,ଦୁଇ ଜଣଙ୍କୁ କୃଷ୍ଣପ୍ରସାଦ ବ୍ଲକ, ଏବଂ ଜଣଙ୍କୁ କାକଟପୁର ବ୍ଲକ କୁ ବଦଳି କରାଯାଇଛି ।ସେମାନଙ୍କ ସ୍ଥାନରେ ଅସ୍ତରଙ୍ଗ ବ୍ଲକ ରୁ ଚାରିଜଣ , ପିପିଲି ବ୍ଲକ ରୁ ଦୁଇ ଜଣ , ପୁରୀ ସଦର ବ୍ଲକ ରୁ ଦୁଇ ଜଣ , ଡେଲାଙ୍ଗ ବ୍ଲକ ରୁ ଦୁଇ ଜଣ, କଣାସ ବ୍ଲକ୍ ରୁ ଦୁଇ ଜଣ , ସତ୍ୟବାଦୀ ବ୍ଲକ ରୁ ତିନି ଜଣ ଙ୍କର ନିମାପଡ଼ା ବ୍ଲକ କୁ ବଦଳି ହୋଇଛି । ନିମାପଡ଼ା ବ୍ଲକ ର ୩୨ ଟି ପଞ୍ଚାୟତ ପାଇଁ ୧୯ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଥିବାରୁ ଜଣେ ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହି ଆସିଥିଲେ। ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ଆସି ବ୍ଲକ ରେ ଯୋଗଦାନ କରିବା ପରେ ସେମାନଙ୍କୁ ବିଭିନ୍ନ ପଞ୍ଚାୟତ ର ଦାଇତ୍ୱ ଦିଆଯିବ ବୋଲି କହିଛନ୍ତି ନିମାପଡା ବିଡିଓ ।