ପଞ୍ଚାୟତ କାର୍ଯ୍ୟାଳୟରେ ପସି କର୍ମଚାରୀଙ୍କୁ ର୍ଦୁବ୍ୟବହାର ଅଭିଯୋଗ

ହାଟଡିହି, (ବିକାଶ ବିଶ୍ୱାଳ ) :ହାଯଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ କାର୍ଯ୍ୟାଳୟରେ ପସି ପଞ୍ଚାୟତ କର୍ମଚାରୀଙ୍କୁ ର୍ଦୁବ୍ୟବହାର ପ୍ରଦର୍ଶନ କରିବା ସହିତ ପଞ୍ଚାୟତର କାଗଜପତ୍ରକୁ ବାହାରକୁ ଫୋପାଡିଦେବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ପଞ୍ଚାୟତର ଜିଆରଏସ ଶ୍ରୀମନ୍ତ କୁମାର ନାୟକ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ସେ ଓ ନାୟବ ସରପଞ୍ଚ ବିଜୟ ମହାପାତ୍ର ଦୁହେଁ ମିଶି ଆଜି ରେସନକାର୍ଡ ଧାରୀଙ୍କୁ ଏକ ହଜାର କରି ସରକାରୀ ଅନୁଦାନ ସହାୟତା ରାଶି ବଣ୍ଟନ କରୁଥିବାବେଳେ ଗ୍ରାମର ଶ୍ରୀକାନ୍ତ ରାଉତ ନାମକ ଜଣେ ବ୍ୟକ୍ତି କାର୍ଯ୍ୟାଳୟ ଭିତରେ ପସି ଏଠାରେ କି ପଇସା ବାଣ୍ଟୁଛ , କାହିଁକି ବାଣ୍ଟୁଛ ବୋଲି କହି କର୍ମଚାରୀ ମାନଙ୍କୁ ଧକ୍କା ମାରିବା ସହିତ କାଗଜପତ୍ରକୁ ବାହାରକୁ ଫୋପାଡି ଦେଇଥିଲା । ଏପରିକି ଅଶ୍ଳିଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା । ଜିଆରଏସ ଜଣକ ତୁରନ୍ତ ଏ ସମ୍ପର୍କରେ ହାଟଡିହି ବିଡିଓଙ୍କୁ ଅବଗତ କରାଇବାପରେ ବିଡିଓ ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେବାପରେ ଜି.ଆର.ଏସ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗ ପାଇବାପରେ ତଦନ୍ତ ପାଇଁ ଇଞ୍ଚୋଳ ଗ୍ରାମକୁ ଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ