ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଧାନ ମଣ୍ଡି ଖୋଲିବାକୁ ଦାବି
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ନଙ୍ଗୁଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଧାନ ମଣ୍ଡି ଖୋଲିବାକୁ ମହିଳା ଏସଏଚଜି ସଦସ୍ୟା ମାନେ ବିଡ଼ିଓ ଙ୍କ ନିକଟରେ ଦାବି କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦୀର୍ଘ ଦୁଇ ବର୍ଷ ହେବ ଏସଏଚଜି ଚାଷୀ ମାନଙ୍କ ଠାରୁ ଧାନ କିଣୁଥିବା ବେଳେ ଚଳିତ ବର୍ଷ ଏହାକୁ ସ୍ଥାନାନ୍ତର ପାଇଁ ଚକ୍ରାନ୍ତ ହୋଇଛି । ସରକାରୀ ଅଧିକାରୀ ମାନେ ପାହିମହୁରା ଧାନଖଳା ଠାରେ ଧାନ କିଣିବାକୁ ସ୍ଵୟଂସହାୟକ ଗୋଷ୍ଠୀ କୁ କହିଛନ୍ତି। ଉକ୍ତ ସ୍ଥାନଟି ଆବଦ୍ଧ ଯୁକ୍ତ ହୋଇନଥିବା ବେଳେ ଚାଷୀ ମାନେ ସେଠାକୁ ଧାନ ନେଇ କି ଯିବା ପ୍ରାୟତଃ ସମ୍ଭବ ନୁହେଁ । ତେଣୁ ପୂର୍ଵଵତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଧାନ କ୍ରୟ ପାଇଁ ଆଜି ଏସଏଚଜି ସଦସ୍ୟା ସୁମିତ୍ରା ଵାରିକ, ଲବଙ୍ଗ ଲତା ପାତ୍ର, ଶାନ୍ତିଲତା ନନ୍ଦ, ସୁକାନ୍ତି ଖିଲାର, ମଞ୍ଜୁଲତା ଖିଲାର,ଦୀପାଞଳୀ ସାହୁ ପ୍ରମୁଖ ବିଡ଼ିଓ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।