ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହାନ୍ତିପଡା ପଞ୍ଚାୟତର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆଙ୍କୁ ପଞ୍ଚାୟତ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥିସହ ବିଡିଓଙ୍କ ପତ୍ର ସଂଖ୍ୟା-୧୮୯୬/ତା-୧୫-୭-୨୦ ଅନୁଯାୟୀ ପୂର୍ବତନ ପିଇଓ ଶ୍ରୀ ଖୁଣ୍ଟିଆ ନୂତନ ଦାୟୀତ୍ୱଭାର ଗ୍ରହଣ କରିଥିବା ପିଇଓ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କୁ ସମସ୍ତ କାଗଜ ପତ୍ର ପ୍ରଦାନ ପୂର୍ବକ ଦାୟୀତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଜେନା, ନିର୍ମଳ ନାୟକ, ଅରୁଣ ସାହୁ, ଉମେଶ ନାୟକଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ଥିଲେ ।