ପଞ୍ଚାୟତ ଦୋକାନ ଗୃହରେ ତାଲା ପକାଇଲେ ଦୁର୍ବୁତ୍ତ : ଥାନାରେ ଏତଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପଞ୍ଚାୟତରୁ ଏଗ୍ରୀମେଣ୍ଟ କରି ଏକ ଦୋକାନ ଗୃହ ନେଇଥିବା ବ୍ୟକ୍ତିଙ୍କ ଦୋକାନରେ ବେଆଇନ ଭାବେ ତାଲା ପକାଯାଇଥିବା ନେଇ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ସହିତ ଏଗ୍ରୀମେଣ୍ଟସ୍ୱାକ୍ଷର କରି ଏବଂ ତତ୍କାଳୀନ ବିଡିଓଙ୍କ ଅନୁମୋଦନ କ୍ରମେ ପଞ୍ଚାୟତ ମାର୍କେଟ କମ୍ପେ୍ଲକ୍ସର ଏକ ଦୋକାନ ଗୃହକୁ ସାହସପୁର ଗ୍ରାମର ଦିପ୍ତିରଞ୍ଜନ ମହାପାତ୍ରଙ୍କ ପତ୍ନୀ ମଧୁସ୍ମୀତା ମହାପାତ୍ର ଭଡା ସୁତ୍ରରେ ନେଇଥିଲେ । ଚଳିତ ପଞ୍ଚାୟତ ନିର୍ବାଚନରେ ପୂର୍ବତନ ସରପଞ୍ଚ ଙ୍କ ପତ୍ନୀ ପରାଜୟ ବରଣ କରିବାରୁ ନବ ନିର୍ବାଚିତ ସରପଞ୍ଚ ଙ୍କ ସ୍ୱାମୀ ଓ ତାଙ୍କର କେତେକ ସମର୍ଥକ ଗାଳିଗୁଲଜ କରିବା ସହିତ ମଧୁସ୍ମୀତା ନେଇଥିବା ଦୋକାନ ଗୃହର ତାଲାକୁ ଭାଙ୍ଗି ଦେଇ ସେଠାରେ ଅନ୍ୟ ଏକ ତାଲା ପକାଇ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ସେହି ଦୋକାନ ଗୃହ ଭିତରେ ମଧୁସ୍ମୀତାଙ୍କ ବ୍ୟବସାୟ ପାଇଁ ବିଭିନ୍ନ ସାମଗ୍ରୀ ମହଜୁଦ ରହିଛି । ଏଭଳି ପରିସ୍ଥିତିରେ ତାଙ୍କ ଦୋକାନ ତାଲା ଭାଙ୍ଗି ଦେଇ ଅନ୍ୟ ଏକ ତାଲା ପକାଇବା ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧୁସ୍ମୀତା ସଦର ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ