ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡ଼ି ରଣକୌଶଳ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ଵାରା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି । ଏନେଇ ଗୁମ୍ମା ବ୍ଲକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ସଭାସମିତିରେ ଯୋଗ ଦେଉଛନ୍ତି । ବିଜେଡ଼ିର ଦଳୀୟ ନେତୃବୃନ୍ଦ ଓ କର୍ମୀ । ସୂଚନା ଅନୁସାରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବାରାଙ୍ଗସିଂ, ବାରବା ଓ ଆଦାମଗୁଡ଼ା ଠାରେ ଆଦିବାସୀ ମାନଙ୍କ ବଡ଼ ସଭାର ଆୟୋଜନ ହୋଇଥିଲା ଏହି ସଭାରେ ୨ହଜାର ରୁ ୨୫ଶହ ଲୋକଙ୍କ ସମାଗମ ହୋଇଥିଲା । ସେହି ସଭାରେ ବିଜେଡ଼ିର ନେତୃବୃନ୍ଦ ଡ଼ଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବ୍ଲକ ସଭାପତି ଏନାସ ଶବର, ସାଂସଦ ପ୍ରତିନିଧି ବିମଳ କୁମାର ଦଳାଇ, ବରିଷ୍ଠ ବିଜେଡ଼ି ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ବାରାଙ୍ଗସିଂ ଠାରେ ଡ଼ଃ ତିରୁପତି ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ବିଷୟରେ ଲୋକଙ୍କୁ ବିସ୍ତୃତ ଭାବେ ବୁଝାଇବା ସହ ଆଲୋଚନା କରିଥିଲେ । ଅନ୍ୟତମ ସଭା ବାରବା ଠାରେ ପ୍ରଦୀପ କୁମାର ନାୟକ ଓ ସରପଞ୍ଚ ସ୍ଥାନୀୟ ଚର୍ଚ୍ଚରେ କମ୍ୟୁନିଟି ହୋଲ ନିର୍ମାଣ ଓ ବାଉଣ୍ଡି ୱାଲ ନିମନ୍ତେ ଲକ୍ଷାଧିକ ଟଙ୍କାର ଖର୍ଚ୍ଚ କରାଯାଇଛି । ଏବଂ ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ବାରବା ଠାରୁ ବାରାଙ୍ଗସିଂ ରାସ୍ତା ନିର୍ମାଣ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ । ସେହିପରି ଆଦାଙ୍ଗଗୁଡ଼ାରେ ମିଳିତ ଭାବେ ଡ଼ଃ ତିରୁପତି ଓ ପ୍ରଦୀପଙ୍କ ସମେତ ସମସ୍ତ ନେତା କର୍ମୀମାନେ ସଭାରେ ଯୋଗ ଦେଇଥିଲେ । ବିଜେଡ଼ି ଦଳକୁ ସୁଦୃଢ କରିବା ପାଇଁ ତୃଣମୁଳ ସ୍ତରରେ ଲୋକଙ୍କ ସହ ଆଲୋଚନା କରି ସରକାରଙ୍କ ରେଶନ କାର୍ଡ଼ଙ୍କୁ ୧ହଜାର,ବିଜୁ ପକ୍କାଘର ମରାମତି ନିମନ୍ତେ ୩ହଜାର ଆର୍ଥିକ ସହାୟତା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମାସିକ ଭତା ବୃଦ୍ଧି ଅନେକ ଯୋଜନ ବିଷୟରେ ଆଲୋଚନା କରିଥିଲେ । ସେହିପରି ଉପଯୁକ୍ତ ପ୍ରାଥି ଚୟନ କରିବା, ଲୋକଙ୍କ ସହିତ ଜଡ଼ିତ ଥିବା, ଲୋକଙ୍କ ସୁଭିଧା ଅସୁବିଧା ରହିଥିବା ପ୍ରାଥି ଚୟନ କରାଯିବା ସହ ବିଜୟ ସୁନିଶ୍ଚିତ ବୋଲି ପ୍ରଦୀପ କୁମାର ନାୟକ କହିଛନ୍ତି ।


