ପଞ୍ଚାୟତ ନିର୍ବାଚନ ଚତୁର୍ଥ ଦିନରେ ୨୪୬୧ ପ୍ରାର୍ଥୀପତ୍ର ଦାଖଲ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିବସରେ ଗୁରୁବାର କେନ୍ଦ୍ରାପଡା ଜିଲ୍ଲାର ୨୪୬୧ଜଣ ପ୍ରାର୍ଥୀ ୱାର୍ଡସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଜିଲା୍ଲର ୧୯୦୮ ଜଣ ୱାର୍ଡସଭ୍ୟ, ୨୮୨ଜଣ ସରପଞ୍ଚ, ୨୪୨ଜଣ ସମିତି ସଭ୍ୟ ଓ ୨୯ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ହୋଇଛିି । କେନ୍ଦ୍ରାପଡା ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ନିରଞ୍ଜନ ବେହେରାଙ୍କ ନିକଟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) ପକ୍ଷରୁ ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରୁ ସୀତାକାନ୍ତ ନାୟକ ଓ ଆଳି ବ୍ଲକର ୪ନମ୍ବର ଜୋନରୁ ସୁହାନା ବେଗମ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ ମାର୍ଶାଘାଇ ବ୍ଲକର ୨୫ନମ୍ବର ଜୋନରୁ ଦୁର୍ଗାବତୀ ପ୍ରଧାନ, ମହାକାଳପଡା ୧୯ନମ୍ବର ଜୋନରୁ ସସ୍ମିତା ସ୍ୱାଇଁ ଓ ୨୨ନମ୍ବର ଜୋନରୁ ଅପୁ ପରିଡା, ଆଳି ବ୍ଲକର ୩ନମ୍ବର ଜୋନରୁ ସ୍ୱାଗତିକା ରାଉତ, ଡେରାବିଶ ବ୍ଲକର ୧୪ନମ୍ବର ଜୋନରୁ ଅରବିନ୍ଦ ମଲିକ, ଗରଦପୁର ବ୍ଲକର ୯ନମ୍ବର ଜୋନରୁ ଏଲିଜା ସ୍ୱାଇଁ, ୧୦ନମ୍ବର ଜୋନରୁ ସତ୍ୟାନନ୍ଦ ରାଉତ ଓ ୧୧ନମ୍ବର ଜୋନରୁ ମଞ୍ଜୁବାଳା ଜେନା, କେନ୍ଦ୍ରାପଡା ବ୍ଲକର ୭ନମ୍ବର ଜୋନରୁ ମଧୁଛନ୍ଦା ମହାନ୍ତି, ରାଜକନିକା ବ୍ଲକର ୨୮ନମ୍ବର ଜୋନରୁ ପ୍ରତାପ କୁମାର ବେହେରା ଓ ୨୯ନମ୍ବର ଜୋନରୁ ଅମିତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ବ୍ଲକର ୮ନମ୍ବର ଜୋନରେ ଅନନ୍ତ କୁମାର ସ୍ୱାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ସି.ପି.ଆଇ.(ଏମ) ପକ୍ଷରୁ ମହାକାଳପଡା ବ୍ଲକର ୨୩ନମ୍ବର ଜୋନରୁ ନରୋତ୍ତମ ପାର୍ଥସାରଥି ଓ ପଟ୍ଟାମୁଣ୍ଡାଇ ବ୍ଲକର ୧୭ନମ୍ବର ଜୋନରୁ ଭୀମସେନ ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକର ୭ନମ୍ବର ଜୋନରୁ ସଙ୍ଘମିତ୍ରା ମଲିକ, ପଟ୍ଟାମୁଣ୍ଡାଇ ବ୍ଲକର ୧୫ନମ୍ବର ଜୋନରୁ ବିଜୟଲକ୍ଷ୍ମୀ ମଲିକ, ୧୬ନମ୍ବର ଜୋନରୁ ସଂଗ୍ରାମ କେଶରୀ ସେଠୀ ଓ ୧୮ନମ୍ବର ଜୋନରୁ ମାମି ମଲିକ, ରାଜନଗର ବ୍ଲକର ୩୨ନମ୍ବର ଜୋନରୁ ଆରତି ହାସଂଦା, ମହାକାଳପଡା ବ୍ଲକର ୨୦ନମ୍ବର ଜୋନରୁ ସୈାଭାଗ୍ୟ କୁମାର ପରିଡା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଓଡିଶା ଜନତା ପାର୍ଟି ପକ୍ଷରୁ ମାର୍ଶାଘାଇ ବ୍ଲକର ୨୫ନମ୍ବର ଜୋନରେ ନମିତା ନାୟକ ଓ କେନ୍ଦ୍ରାପଡା ବ୍ଲକର ୮ନମ୍ବର ଜୋନରୁ ମନୋଜ କୁମାର ପ୍ରଧାନ, ସ୍ୱାଧୀନ ପ୍ରାର୍ଥୀ ଭାବେ ମାର୍ଶାଘାଇ ବ୍ଲକର ୨୪ନମ୍ବର ଜୋନରୁ ରାଜେନ୍ଦ୍ର ମଲିକ ଓ ପ୍ରତାପ ଚନ୍ଦ୍ର ପରିଡା, କେନ୍ଦ୍ରାପଡା ବ୍ଲକର ୮ନମ୍ବର ଜୋନରୁ ସାଗରିକା ଦାସ, ରାଜନଗର ବ୍ଲକର ୩୦ନମ୍ବର ଜୋନରୁ ସମୀର କୁମାର ବାଇ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୧୬ନମ୍ବର ଜୋନରୁ ନଗେନ୍ଦ୍ର ଜେନା ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଆଜି ମୁଖ୍ୟତଃ ବିଜେଡି ଦଳର ପ୍ରାର୍ଥୀମାନେ କୋଭିଡ ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରି ଶତାଧିକ ସମର୍ଥକମାନଙ୍କୁ ସାଙ୍ଘରେ ଧରି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସିଥିବାର ଦେଖିବାକୁ ମିଳିଥିଲା ।