ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିର ସାଙ୍ଗଠନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ପଞ୍ଚାୟତ ନିର୍ବାଚକୁ ଦୃଷ୍ଟିରେ ରଖି ବିଜେପିର ଏକ ସାଙ୍ଗଠନିକ ବୈଠକ ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏଥିରେ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳକୁ କିପରି ସଫଳତା ମିଳିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ଦଳୀୟ ସଂଗଠନକୁ ମଜବୁତ କରିବା ଉପରେ ସେ ଉପସ୍ଥିତ କର୍ମକର୍ତ୍ତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ଓ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଦାସ, ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ଓ ସଦସ୍ୟା ଶୋଭନା ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ ଦତ୍ତ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲିକ, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି,ଶାନ୍ତନୁ ପଟ୍ଟନାୟକ, ଦଳର ଜିଲା ସମ୍ପାଦକ ସମର ।ଙ୍କର କାନୁନଗୋ, ଜିଲା ଉପ-ସଭାପତି ପ୍ରଦୀପ ପଣ୍ଡା, ମହିଳା ମୋର୍ଚ୍ଚା ସଭାନେତ୍ରୀ ମନିଷା ବେହେରା, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ଏସି ମୋର୍ଚ୍ଚା ସଭାପତି ମୃତ୍ୟୁଞ୍ଜୟ ଜେନା, ଉପ-ସଭାପତି ଭାରତୀ ଜେନା ପ୍ରମୁଖ ଏଥିରେ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନର ରଣନୀତି ଓ ସୁଦୃଢ଼ ଦଳୀୟ ସଙ୍ଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ସଂରକ୍ଷଣ ତାଲିକା ଅନୁସାରେ ପ୍ରାର୍ଥୀ ଚୟନ, ସରକାରୀ କଳର ଅପବ୍ୟବହାର ରୋକିବା, ଭୋଟର ତାଲିକା ସଂଶୋଧନ, ସ୍ଥାନୀୟ ସମସ୍ୟାକୁ ଇସ୍ୟୁ କରି ଭୋଟରଙ୍କୁ ଆକୃଷ୍ଟ କରିବା ପ୍ରଭୃତି ଦିଗ ସମ୍ପର୍କରେ କର୍ମୀଙ୍କୁ ସେମାନେ ପରାମର୍ଶ ଦେଇଥିଲେ । ପଞ୍ଚାୟତ ନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ଏକ ୨୦ ଜଣିଆ କମିଟି ଏହି ଅବସରରେ ଗଠନ କରାଯାଇଥିଲା । ବିଜେପି ଜିଲା ସାଧାରଣ ସମ୍ପାଦକ ଈଶ୍ୱର ଚନ୍ଦ୍ର ବେହେରା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଲମ୍ବୋଦର ନାୟକ, କମଳା ବିନ୍ଧାଣୀ, ମୀନାକ୍ଷୀ ମହାପାତ୍ର, ପିଙ୍କି ପ୍ରଧାନ, ଆଶିଷ ଘୋଷ, ବିଭୂପଦ ଦାସ, କମଳଲୋଚନ ଦାସ, କରୁଣାକର ପଣ୍ଡା, ଜ୍ଞାନ ରଞ୍ଜନ ଦାସ, ଗଙ୍ଗାଧର ମିଶ୍ର, ସାବିତ୍ରୀ ଜେନା, ସସ୍ମିତା ଚାନ୍ଦ, ଶ୍ରୀନିବାସ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


