ପଞ୍ଚାୟତ ନିର୍ବାଚନ ପାଇଁ ଇଆରଓ ମାନଙ୍କୁ ତାଲିମ୍ ପ୍ରଦାନ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବେଲଗୁଣ୍ଠା ବ୍ଳକ୍ ପ୍ରଶାସନ ତତ୍ପର ହୋଇଉଠିଛି I ଆଜି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବ୍ଳକ୍ ର ଇଆରଓ ( ଇଲେକ୍ଟ୍ରୋରାଲ୍ ରେଜିଷ୍ଟ୍ରେସନ୍ ଅଫିସର୍ ) ମାନଙ୍କର ଏକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଭୋଟର୍ ତାଲିକାରେ ନାମ ସଂଶୋଧନ,ଯୋଗ ଏବଂ ବାଦ୍ ଦିଆଯିବା ସମ୍ପର୍କରେ ଉପସ୍ଥିତ ବ୍ଳକ୍ ର 18 ଟି ପଞ୍ଚାୟତର ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଏବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢୀ ତାଲିମ୍ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ନିଜର ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମରେ ଇଆରଓ ପ୍ରିୟବ୍ରତ ଦଣ୍ଡପାଟ, ବାଳକୃଷ୍ଣ ସାବତ ଶଲ୍ୟ ସିଅ,ମୋହନ ସେଠୀ, ନିଳକଣ୍ଠ ନନ୍ଦ,ଡମ୍ବରୁଧର ସାହୁ, ମୃତ୍ୟୁଞ୍ଜୟ ବେହେରା, ମୃତ୍ୟୁଞ୍ଜୟ ରଥ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ଶଙ୍କର ନାରାୟଣ ସେଠୀ, ପବିତ୍ର ମୋହନ ଶତପଥୀ, ନିକୁଞ୍ଜ ନାୟକ, ବି ବଲରାଜ୍ ଆୟଙ୍ଗାର,କାର୍ତ୍ତିକେୟ ସେଠୀ, ସୁଧୀର କୁମାର ଦାସ, ସନିତ୍ ଜେନା, ବିଦେଶୀ ବାଡ଼ତ୍ୟା,ସୁବ୍ରତ କୁମାର ପାତ୍ର, ପ୍ରଶାନ୍ତ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ନାୟକ ପ୍ରମୁଖ ତାଲିମ୍ ଗ୍ରହଣ କରିଥିଲେ I ଆସନ୍ତା ନଭେମ୍ବର 16 ତାରିଖ ଠାରୁ 23 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ 16 ଏବଂ 17 ନମ୍ବର ଫର୍ମ ଗ୍ରହଣ କରାଯିବା ପାଇଁ ତାଲିମ୍ ପ୍ରଦାନ କରାଯାଇଥିଲା I


