ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ଚଳିତ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ନବାର କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକ ନିମନ୍ତେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି, କେନ୍ଦ୍ରାପଡ଼ା ବ୍ଲକ ଅନୁସୂଚିତ ଜାତି ମହିଳା, ଗରଦପୁର ବ୍ଲକ ଅସଂରକ୍ଷିତ, ଡେରାବିଶ ବ୍ଲକ ଅନୁସୂଚିତଜାତି ମହିଳା, ପଟ୍ଟାମୁଣ୍ଡାଇ ବ୍ଲକ ଅସଂରକ୍ଷିତ, ମହାକାଳପଡ଼ା ବ୍ଲକ ଅସଂରକ୍ଷିତ ମହିଳା, ମାର୍ଶାଘାଇ ବ୍ଲକ ଅସଂରକ୍ଷିତ ମହିଳା, ରାଜକନିକା ବ୍ଲକ ଅସଂରକ୍ଷିତ ଓ ରାଜନଗର ବ୍ଲକ ଅଧ୍ୟକ୍ଷ ପଦ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କେନ୍ଦ୍ରାପଡା ବ୍ଲକର ୨୭ଟି ପଞ୍ଚାୟତର ସରପଞ୍ଚ ପଦ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା-ସରପଞ୍ଚ ପଦ ଅସଂରକ୍ଷିତ ମହିଳା, ଇନ୍ଦୁପୁର- ଅସଂରକ୍ଷିତ, ଓସ୍ତପୁର- ଅସଂରକ୍ଷିତ, କପାଳେଶ୍ୱର- ଅସଂରକ୍ଷିତ ମହିଳା, କଳପଡା- ଅସଂରକ୍ଷିତ ମହିଳା, କୁତରଙ୍ଗ- ଅସଂରକ୍ଷିତ, କେଶପୁର-ଅନୁସୂଚିତ ଜାତି ମହିଳା, କୋରୋ-ଅସଂରକ୍ଷିତ ମହିଳା, କଂସାର- ଅସଂରକ୍ଷିତ ମହିଳା, ଗାଙ୍ଗପଡା- ଅସଂରକ୍ଷିତ, ଗୁଲନଗର- ଅସଂରକ୍ଷିତ ମହିଳା, ଘାଗରା -ଅସଂରକ୍ଷିତ ମହିଳା, ଚକ୍ରୋଡା-ଅସଂରକ୍ଷିତ ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି, ଚାରିଗାଁ -ଅସଂରକ୍ଷିତ ମହିଳା, ଜମଧର-ଅସଂରକ୍ଷିତ, ଢୋଲ-ଅସଂରକ୍ଷିତ, ଧୂମାତ-ଅନୁସୂଚିତ ଜାତି ମହିଳା, ନିକିରାଇ- ଅନୁସୂଚିତ ଜାତି ମହିଳା,ପଳସିଂହା- ଅସଂରକ୍ଷିତ, ପୁରୁଷୋତ୍ତମପୁର-ଅନୁସୂଚିତ ଜାତି ମହିଳା, ବଗଡା-ଅସଂରକ୍ଷିତ, ବାରୋ-ଅସଂରକ୍ଷିତ, ଭରତପୁର-ଅନୁସୂଚିତ ଜାତି, ଭାଗବତପୁର-ଅସଂରକ୍ଷିତ ମହିଳା, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି, ସାନମାଣତିଆ-ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି କେନ୍ଦ୍ରାପଡ଼ା ବ୍ଲକର ୨୭ଟି ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥା ଅନୁଯାଇ ଆୟବା ଗ୍ରାମପଞ୍ଚାୟତ ସମିତିସଭ୍ୟ ପଦ ଅସଂରକ୍ଷିତ ମହିଳା, ଇନ୍ଦୁପୁର-ଅସଂରକ୍ଷିତ, ଓସ୍ତପୁର-ଅନୁସୂଚିତ ଜନଜାତି ମହିଳା, କପାଳେଶ୍ୱର- ଅସଂରକ୍ଷିତ, କଳପଡା- ଅସଂରକ୍ଷିତ, କୁତରଙ୍ଗ- ଅସଂରକ୍ଷିତ ମହିଳା, କେଶପୁର-ଅନୁସୂଚିତ ଜାତି ମହିଳା, କୋରୋ-ଅସଂରକ୍ଷିତ, କଂସାର- ଅସଂରକ୍ଷିତ, ଗାଙ୍ଗପଡା- ଅସଂରକ୍ଷିତ ମହିଳା, ଗୁଲନଗର- ଅସଂରକ୍ଷିତ ମହିଳା, ଘାଗରା-ଅସଂରକ୍ଷିତ, ଚକ୍ରୋଡା-ଅସଂରକ୍ଷିତ ମହିଳା, ଚନ୍ଦନପୁର- ଅନୁସୂଚିତ ଜାତି, ଚାରିଗାଁ-ଅସଂରକ୍ଷିତ ମହିଳା, ଜମଧର-ଅସଂରକ୍ଷିତ, ଢୋଲ-ଅସଂରକ୍ଷିତ, ଧୂମାତ-ଅନୁସୂଚିତ ଜାତି ମହିଳା, ନିକିରାଇ-ଅସଂରକ୍ଷିତ, ପଳସିଂହା-ଅସଂରକ୍ଷିତ ମହିଳା, ପୁରୁଷୋତ୍ତମପୁର- ଅନୁସୂଚିତ ଜାତି, ବଗଡା-ଅସଂରକ୍ଷିତ ମହିଳା, ବାରୋ-ଅସଂରକ୍ଷିତ, ଭରତପୁର-ଅନୁସୂଚିତ ଜାତି ମହିଳା, ଭାଗବତପୁର-ଅସଂରକ୍ଷିତ ମହିଳା, ଶ୍ୟାମସୁନ୍ଦରପୁର-ଅନୁସୂଚିତ ଜାତି ମହିଳା, ସାନମାଣତିଆ-ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ହୋଇଛି ।