ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି : କାଶୀନଗରରେ ୧୭୦ ବ୍ୟାଲେଟ ବକ୍ସ ପହଞ୍ଚିଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗର ବ୍ଲକ ସଦର ମହକୁମା ଠାରେ ୨୦୨୨ରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ୧୬୦ଗୋଟି ବୁଥ ପାଇଁ ୧୭୦ଗୋଟି ବ୍ୟାଲେଟ ବକ୍ସ ପହଂଚି ଥିବାର ସୁଚନା ମିଳିଛି । ଏନେଇ କାଶୀନଗର ଗୋଷ୍ଠୀ ଉନ୍ନୟ ଅଧିକାରୀ ଡ.ଲକ୍ଷ୍ମୀ ପ୍ରସାଦ ସାହୁ କହିଛନ୍ତି ଯେ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏହି ବ୍ୟାଲେଟ ବକ୍ସ ଏଠାକୁ ପଠାଯାଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହି ବ୍ୟାଲେଟ ବକ୍ସ ଗୁଡିକ ବ୍ୟବହାର କରାଯିବ । ନିର୍ବଚନ ହେବା ପାଇଁ ବହୁ ସମୟ ରହିଥିଲେ ହେଁ ଏଥି ପୂର୍ବରୁ ଏଗୁଡିକର ବିଭିନ୍ନ ପରୀକ୍ଷଣ କରାଯିବ । କୌଣସି ତ୍ରୁଟି ଥିଲେ ପୁଣି ଏଗୁଡିକୁ ବଦଳାଯାଇପାରିବ । ତେଣୁ ଏହି ବ୍ୟାଲେଟ ବକ୍ସ ଗୁଡିକ ବହୁ ପୂର୍ବରୁ ଏଠାକୁ ପହଞ୍ଚାଇ ଦିଆଯାଇଛି ।